ଓଡିଆନ୍ ନ୍ୟୁଜ

50

କ୍ଲିନିକ୍‌ରେ ପଶି ଡାକ୍ତରଙ୍କୁ ଗୁଳିମାଡ଼

Team Odian News |

ଖୋର୍ଦ୍ଧା : ଖୋର୍ଦ୍ଧାରେ ଡାକ୍ତରଙ୍କୁ ଗୁଳିମାଡ଼  କ୍ଲିନିକ୍‌ରେ ପଶି ଡାକ୍ତରଙ୍କୁ ଦୁର୍ବୃତ୍ତ ଗୁଳିମାଡ଼ କରିଥିବା ସୂଚନା ମିଳିଛି । ଗୁଳିମାଡ଼ରେ ଶିଶୁରୋଗ ବିଶେଷଜ୍ଞ ଡାକ୍ତର ମାନସ ଦାସ ଗୁରୁତର ଆହତ ହୋଇଛନ୍ତି । ଏହି ଆକ୍ରମଣରେ ଡାକ୍ତରଙ୍କ ସହ ଜଣେ ଔଷଧ ଦୋକାନ କର୍ମଚାରୀ ମଧ୍ୟ ଗୁରୁତର ଆହତ ହୋଇଛନ୍ତି । ଉଭୟଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି । ତେବେ ଗୁଳିକାଣ୍ଡର କାରଣ ଜଣାପଡ଼ିନାହିଁ  ।