ଓଡିଆନ୍ ନ୍ୟୁଜ

139

୭୨ ବର୍ଷରେ ଆମ ପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

Team Odian News |

୭୨ ବର୍ଷରେ ଆମ ପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ 
ଭୁବନେଶ୍ୱର,୧୬/୧୦( ଓଡ଼ିଆନ୍‍ ନ୍ୟୁଜ୍‍): ବିଜେଡ଼ି ସୁପ୍ରିମ ତଥା ଆମ ପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୭୨ତମ ଜନ୍ମ ଦିବସ ଅବସରରେ ତାଙ୍କ ନିକଟକୁ ବିଭିନ୍ନ ମହଳରୁ ଶୁଭକାମନା ବାର୍ତ୍ତା ଆସିବାରେ ସୁଅ ଛୁଟିଛି  ।  ନବୀନ ନିବାସ ଓ ବିଜେଡ଼ି ପାର୍ଟି ଅଫିସରେ ତାଙ୍କୁ  ଶୁଭେଚ୍ଛା ଜଣାଇବା ପାଇଁ ଭିଡ଼ଲାଗିଛି । ସେ ମଧ୍ୟ ତାଙ୍କ ଶୁଭାକାଂଖିମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ ଶ୍ରୀପଟ୍ଟନାୟକ ନିଜ ମନ୍ତ୍ରୀମଣ୍ଡଳର ସଦସ୍ୟ, ପାର୍ଟିର ସଦସ୍ୟ ଓ ପ୍ରଶଂସକମାନଙ୍କ ଗହଣରେ ନବୀନ ନିବାସରେ କେକ କାଟି ଜନ୍ମଦିନ ପାଳନ କରିଛନ୍ତି  । ଏହାସହ ସୋସିଆଲ ମିଡ଼ିଆରେ ମଧ୍ୟ ତାଙ୍କୁ ଅନେକ ଶୁଭେଚ୍ଛା ମିଳିଛି । ନବୀନଙ୍କ ଜନ୍ମଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦି, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଟୁଇଟ କରି ଶୁଭେଚ୍ଛା ଜଣାଇଛନ୍ତି । ଏହି ଅବସରରେ ବିଜେଡ଼ି ପାର୍ଟି ଅଫିସରେ ରକ୍ତଦାନ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଯାଇଛି ।