ଓଡିଆନ୍ ନ୍ୟୁଜ

166

ଆରୂଷୀ-ହେମରାଜ ହତ୍ୟା ମାମଲା:୪ ବର୍ଷ ପରେ ଜେଲରୁ ମୁକୁଳିଲେ ତଲୱାର ଦମ୍ପତି

Team Odian News |

ଆରୂଷୀ-ହେମରାଜ ହତ୍ୟା ମାମଲା:୪ ବର୍ଷ ପରେ ଜେଲରୁ ମୁକୁଳିଲେ ତଲୱାର ଦମ୍ପତି
ନୂଆଦିଲ୍ଲୀ,୧୬/୧୦( ଓଡ଼ିଆନ୍‍ ନ୍ୟୁଜ୍‍) : ଆରୂଷୀ-ହେମରାଜ ହତ୍ୟା ମାମଲାରେ ନିର୍ଦେଷ ସାବ୍ୟସ୍ତ ହେବାପରେ ସୋମବାର ଡାସନା ଜେଲରୁ ବାହାରିଛନ୍ତି ତଲୱାର ଦମ୍ପତି । ଏହି ମାମଲାରେ ସିବିଆଇ ଅଦାଲତ ତଲୱାର ଦମ୍ପତିଙ୍କୁ ଆଜୀବନ କାରାଦଣ୍ଡ ଦେଇଥିବା ବେଳେ ଏହା ବିରୋଧରେ ସେମାନେ ଆହ୍ଲାବାଦ ହାଇକୋର୍ଟରେ ଆବେଦନ କରିଥିଲେ । ଏହାର ଶୁଣାଣି କରି ଆହ୍ଲାବାଦ ହାଇକୋର୍ଟ ଡା. ରାଜେଶ ତଲୱାର ଏବଂ ନୂପୁର ତଲୱାରଙ୍କୁ ନିର୍ଦୋଷରେ ଖଲାସ କରିଥିଲେ । ତେବେ ଗତ ଶୁକ୍ରବାର କୋର୍ଟଙ୍କ ରାୟର ନକଲ ଡାସନା ଜେଲରେ ପହଞ୍ଚିବାରେ ବିଳମ୍ବ ହୋଇଥିଲା । ଏହାପରେ ଶନିବାର ଓ ରବିବାର ଛୁଟି ଥିବାରୁ ସେମାନେ ଜେଲରୁ ବାହାରି ପାରିନଥିଲେ । ଏହାପରେ କୋର୍ଟଙ୍କ ରାୟକ ନକଲ ନେଇ ଏକ ସ୍ୱତନ୍ତ୍ର ବାର୍ତ୍ତାବହ ଡାସନା ଜେଲରେ ପହଞ୍ଚିବା ପରେ ସେମାନେ ୪ ବର୍ଷ ପରେ ଜେଲରୁ ବାହାରିିଥିଲେ ।