ଓଡିଆନ୍ ନ୍ୟୁଜ

11

ଦିଲ୍ଲୀରେ ଭୟାବହ ଅଗ୍ନିକାଣ୍ଡ

Team Odian News |

ନୂଆଦିଲ୍ଲୀ : ପୂର୍ବ ଦିଲ୍ଲୀ ପତପରଗଞ୍ଜ ଶିଳ୍ପାଞ୍ଚଳର ଏକ ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ ହୋଇଛି । ଘଟଣାସ୍ଥଳରେ ଦମକଳବାହିନୀର ୩୦ଟି ଗାଡି ନିୟୋଜିତ ହୋଇଛି । ନିଆଁ ଲିଭାଇବା ପାଇଁ ଦମକଳ ବାହିନୀ କର୍ମଚାରୀ ଉଦ୍ୟମ ଜାରି ରଖିଛନ୍ତି । ଘଟଣାସ୍ଥଳରୁ ଜଣେ ବ୍ୟକ୍ତିଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ଏହି ଫ୍ୟାକ୍ଟ୍ରିରେ ପ୍ରିଟିଙ୍ଗ୍ କାମ କରାଯାଉଥିବା ଜଣାପଡିଛି । ପତପରଗଞ୍ଜ ଶିଳ୍ପାଞ୍ଚଳ ପୂର୍ବ ଦିଲ୍ଲୀର ସବୁଠୁ ବୃହତ୍ତ ଶିଳ୍ପାଞ୍ଚଳ । ଆନନ୍ଦ ବିହାର ପାର୍ଶ୍ବବର୍ତ୍ତି ଏହି ଅଞ୍ଚଳରେ ବହୁ ଶିଳ୍ପାଞ୍ଚଳ ୟୁଟିନ ରହିଛି । ଏହି ସବୁ ଛୋଟ ବଡ ଫ୍ୟାକ୍ଟ୍ରିରେ ରାତି ଦିନ କାମ କରାଯାଏ । ତେବେ ଏହି ଫ୍ୟାକ୍ଟ୍ରିରେ ନିଆଁ ଲାଗିବାର କାରଣ ଜଣାପଡିନାହିଁ । ପୋଲିସ ଘଟଣାର ଯାଞ୍ଚ କରୁଛି । ଦମକଳ ବାହିନୀ ମଧ୍ୟ ନିଆଁ ଲିଭାଇବା ପାଇଁ ଉଦ୍ୟମ ଜାରି ରଖିଛନ୍ତି ।