ଓଡିଆନ୍ ନ୍ୟୁଜ

8

ଗ୍ୟାସ୍‌ ଲିକ୍ ହୋଇ ଲାଗିଗଲା ନିଆଁ

Team Odian News |

ଭୁବନେଶ୍ବର: ଗ୍ୟାସ୍ ଲିକ୍ ହୋଇ ନିଆଁ ଲାଗିଯିବାରୁ ୬ ଜଣ ଗୁରୁତର। ଭୁବନେଶ୍ବର ସିଆରପି ଛକ ମୁଣ୍ଡାସାହି ବସ୍ତିରେ ଘଟଣା ଘଟିଛି। ଗୁରୁତରଙ୍କ ମଧ୍ୟରୁ ୨ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ସେମାନଙ୍କୁ କଟକ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ଅନ୍ୟ ଗୁରୁତର ମାନେ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ୬ ଗୁରୁତର ହେଲେ ମଙ୍ଗୁଳି ସିଂ, ନୀତିଶ ହେମ୍ରମ୍, ବାଲେ ହେମ୍ରମ୍, ବନବାସୀ ଗାଗାରାଇ ଓ କିରଣ ତିରିୟା ।  ରୋଷେଇ ଘରୁ ଗ୍ୟାସ ଲିକ୍ ହୋଇ ନିଆଁ ଲାଗିଥିବାବେଳେ ଏହାକୁ ଲିଭାଇବାକୁ ଯାଇ ଆହତ ହୋଇଥିବା ଜଣାପଡିଛି ।ସାହିର ଜଣେ ବ୍ୟକ୍ତିଙ୍କ ଗ୍ୟାସ ଲିକ୍ ହୋଇଥିଲା। ଏ ନେଇ ସେ ଗ୍ୟାସ୍‌ ବିତରଣ କମ୍ପାନି ସହ ଯୋଗାଯୋଗ କରିଥିଲେ। ସଂଧ୍ୟାରେ ଗ୍ୟାସ୍ ବିତରଣ କମ୍ପାନିର ଜଣେ କର୍ମଚାରୀ ପହଞ୍ଚି ଚୁଲା ସଜାଡ଼ୁଥି‌ଲେ। ତେବେ ଏହି ସମୟରେ ଗ୍ୟାସ୍‌ ପଡ଼ୋଶୀଙ୍କ ରୋଷ ନିଆଁ ସଂପର୍କରେ ଆସିବାରୁ ଅଗ୍ନିକାଣ୍ଡ ଘଟିଥିଲା। ଚାହୁଁ ଚାହୁଁ ପୂରା ସାହିକୁ ନିଆଁ ବ୍ୟାପି ଯାଇଥିଲା। ଫଳରେ ସାହିରେ ଅନେକ ପୋଡ଼ି ହୋଇଯାଇଥିଲେ। ସାହିରେ ଏହାକୁ ନେଇ ଆତଙ୍କ ଖେଳି ଯାଇଥିଲା। ଲୋକେ ଭୟରେ ଏଣେ ତେଣେ ଦୌଡ଼ି ଥିଲେ। ସାହିର ଜଣେ ଯୁବକଙ୍କଠାରୁ ଖବର ପାଇ ପୁଲିସ୍‌ ଓ ଅଗ୍ନିଶମ କର୍ମଚାରୀମାନେ ପହଞ୍ଚି ନିଆଁକୁ ଆୟତ୍ତ କରିବା ସହ ଗ୍ୟାସ୍‌କୁ ବନ୍ଦ କରିଥିଲେ।