ଓଡିଆନ୍ ନ୍ୟୁଜ

128

ଦିଲ୍ଲୀ ପୁଲିସ ଜେଏନ୍‌ୟୁ ହିଂସା ନେଇ ଫଟୋ ଜାରି କଲା

Team Odian News |

ନୂଆଦିଲ୍ଲୀ: ରବିବାର ଜେଏନ୍‌ୟୁ ଜେଏନ୍‌ୟୁରେ ହୋଇଥିବା ହିଂସାକୁ ଘଟଣାରେ ୯ଜଣଙ୍କ ନା ସହିତ ଫଟୋ ପ୍ରକାଶ କରିଛି ଦିଲ୍ଲୀ ପୁଲିସ। ଏହି ୯ ଜଣଙ୍କ ମଧ୍ୟରେ ଜେଏନ୍ୟୁଏସ୍‌ୟୁ ସଭାପତି ଆଈଶି ଘୋଷ ଏବଂ ଅନ୍ୟ ବାମପନ୍ଥୀ ଛାତ୍ରଛାତ୍ରୀମାନେ ମୁଖ୍ୟତଃ ହିଂସାରେ ଜଡ଼ିତ ଥିବା  ସ୍ପଷ୍ଟ ହୋଇଛି| ଦିଲ୍ଲୀ ପୁଲିସ୍‌ର ଡିସିପି (କ୍ରାଇମ୍‌) ଜୟ ତିର୍କୀ କହିଛନ୍ତି, ପୁଲିସ୍‌ ଏହି ହିଂସାରେ ସମ୍ପୃକ୍ତ କିଛି ଛାତ୍ରଙ୍କୁ ଚିହ୍ନଟ କରିପାରିଛି। ପୁଲିସ୍‌ ୯ ଜଣଙ୍କ ନାମ ଘୋଷଣା କରିବା ସହ ତାଙ୍କ ଫଟୋ ରିଲିଜ୍‌ କରିଛି। ସେ କହିଛନ୍ତି, ଦିନକ ପୂର୍ବରୁ ସର୍ଭର ରୁମ୍‌ ଭାଙ୍ଗି ଦିଆଯାଇଥିବାରୁ ଦୁର୍ଭାଗ୍ୟବଶତଃ ଆମେ ସିସିଟିଭି ଫୁଟେଜ୍‌ ପାଇପାରିନାହୁଁ। ଆମେ କିଛି ଭାଇରାଲ ଭିଡିଓ ଏବଂ ଅନ୍ୟ ତଦନ୍ତରୁ କିଛି ଜଣଙ୍କୁ ଚିହ୍ନଟ କରିପାରିଛୁ।ଚିହ୍ନଟ ହୋଇଥିବା ଛାତ୍ରମାନେ ହେଲେ ଚୁନ୍‌ଚୁନ୍‌ କୁମାର, ପଙ୍କଜ ମିଶ୍ର, ଐଶୀ ଘୋଷ, ଭାସ୍କର ବିଜୟ, ସୁ‌ଚେତା ତାଲୁକଦାର, ପ୍ରିୟ ରଂଜନ, ‌ଦୋଲନ ସାୱନ୍ତ, ଯୋଗେନ୍ଦ୍ର ଭରଦ୍ବାଜ ଏବଂ ବିକାଶ ପଟେଲ। ଡିସିପି ଜୟ ତିର୍କୀ କହିଛନ୍ତି, ଅଧିକାଂଶ ଛାତ୍ର ୱିଣ୍ଟର ସେମିଷ୍ଟର ପାଇଁ ଜାନୁଆରି ୧ରୁ ୫ ମଧ୍ୟରେ ଅନ୍‌ଲାଇନ୍‌ ପଂକୀରକରଣ କରିବାପାଇଁ ଚାହୁଥିଲେ, କିନ୍ତୁ ବାମପନ୍ଥୀ ଛାତ୍ର ସଂଗଠନ ଏହା କରିବାକୁ ଦେଇନଥିଲେ। ବାମ ଛାତ୍ର ଗୋଷ୍ଠୀର ସଦସ୍ୟମାନେ ଜେଏନ୍‌ୟୁର ସର୍ଭର୍‌ ରୁମ୍‌ରେ ବ୍ୟାପକ ଭଙ୍ଗାରୁଜା କରିଥିଲେ। ଅନଲାଇନ୍‌ ରେଜିଷ୍ଟ୍ରେସନ୍‌ ବନ୍ଦ ପାଇଁ ଏହା ଏକ ଯୋଜନାବଦ୍ଧ ଆକ୍ରମଣ ଥିଲା ବୋଲି ପୁଲିସ କହିଛି। ୫ ତାରିଖ ହିଂସା ମାମଲାରେ ଏବେ ସୁଦ୍ଧା ଯେଉଁ ସନ୍ଦିଗ୍ଧଙ୍କୁ ଚିହ୍ନଟ କରାଯାଇଛି, ସେମାନେ ସମସ୍ତେ ଛାତ୍ର ଥିବାରୁ ଏହି ମାମଲାରେ ଆଗକୁ ସବୁ ରହସ୍ୟ ପର୍ଯ୍ୟାୟକ୍ରମେ ଉନ୍ମୋଚିତ ହେବ ବୋଲି ପୁଲିସ କହିଛି।ଦିଲ୍ଲୀ ପୁଲିସ କହିଛି ଯେ ସର୍ଭର ରୁମ୍‌ ଭାଙ୍ଗିବା ପଛରେ ୪ଟି ବାମପନ୍ଥୀ ଛାତ୍ର ସଂଗଠନର ହାତ ରହିଛି । ସେମାନେ ସର୍ଭର ରୁମ୍‌ରୁ କର୍ମଚାରୀଙ୍କୁ ବଳପୂର୍ବକ ବାହାର କରି ସେଠାରେ ଭଙ୍ଗାରୁଜା କରିଥିବା ପ୍ରମାଣ ମିଳିଛି। ହଷ୍ଟେଲ୍‌ରେ ମୁଖାପିନ୍ଧି ନିର୍ଦ୍ଦିଷ୍ଟ ଛାତ୍ରଙ୍କୁ ଟାର୍ଗେଟ୍‌ କରି ଯେଉଁ ଆକ୍ରମଣ ହୋଇଥିଲା ସେଥିରେ ଜେଏନ୍‌ୟୁ ଛାତ୍ର ସଂସଦ ସଭାପତି ଐଶୀ ଘୋଷ ମଧ୍ୟ ଥିଲେ। ଗଣ୍ଡଗୋଳ ସମୟରେ କିଛି ଛାତ୍ରଙ୍କ ଦ୍ବାରା ମୋବାଇଲ୍‌ରେ ହୋଇଥିବା ରେକର୍ଡିଂ ପରବର୍ତ୍ତୀ ସମୟରେ ଭାଇରାଲ ହୋଇଥିଲା। ଏ ବାବଦ ଭିଡିଓ ଏବଂ ଫଟୋ ଆଧାରରେ ପୁଲିସ ଆକ୍ରମଣକାରୀଙ୍କୁ ଚିହ୍ନଟ କରିବାରେ ସକ୍ଷମ ହୋଇଥିବା କହିଛି। ଅନ୍‌ଲାଇନ ରେଜିଷ୍ଟ୍ରେସନ କରିବାକୁ ଚାହୁଥିବା ଛାତ୍ରମାନଙ୍କୁ ବାମପନ୍ଥୀ ଛାତ୍ର ସଂଗଠନର ସଦସ୍ୟମାନେ ଧମକ ଚମକ ଦେବା ସହ ଆକ୍ରମଣ କରିଥିଲେ ବୋଲି ପୁଲିସ କହିଛି। ସମସ୍ତ ଆକ୍ରମଣକାରୀ କ୍ୟାମ୍ପ୍‌ସ ସହିତ ଭଲ ଭାବେ ପରିଚିତ ଥିଲେ ଏବଂ ଏ ପର୍ଯ୍ୟନ୍ତ ବାହାରୁ କେହି ସାମିଲ ଥିବା ପ୍ରମାଣ ମିଳିନାହିଁ ବୋଲି ପୁଲିସ ସୂଚନା ଦେଇଛି।