ଓଡିଆନ୍ ନ୍ୟୁଜ

10

ଭୁବନେଶ୍ବର ମାର୍କେଟ୍ ବିଲଡିଂରେ ଦୁର୍ବୃତ୍ତଙ୍କ ଆତଙ୍କରାଜ ଘଟଣାରେ ୧୮ ଅଭିଯୁକ୍ତଙ୍କୁ ଗିରଫ

Team Odian News |

ଭୁବନେଶ୍ବର: ଭୁବନେଶ୍ବର ମାର୍କେଟ୍ ବିଲଡିଂରେ ଦୁର୍ବୃତ୍ତଙ୍କ ଆତଙ୍କରାଜ ଘଟଣାରେ ୧୮ ଅଭିଯୁକ୍ତଙ୍କୁ ଗିରଫ କରିଛି କମିଶନରେଟ୍ ପୋଲିସ । ଗିରଫ ସମସ୍ତ ଅଭିଯୁକ୍ତ ବଡଗଡ ଅଞ୍ଚଳର ବୋଲି ଜଣାପଡିଛି । ଗତକାଲି ଏହି ଦୁର୍ବୃତ୍ତ ହାତରେ ମାରଣାସ୍ତ୍ର ଧରି ଉଠା ଦୋକାନୀଙ୍କୁ ପିଟିଥିଲେ । ଏଥିରେ ୨ ଜଣ ପୋଲିସ କର୍ମଚାରୀଙ୍କ ସହ ୧୦ରୁ ଅଧିକ ଲୋକ ଆହତ ହୋଇଥିଲେ । ଦୋକାନର ସରଞ୍ଜାମ ଭଙ୍ଗାରୁଜା କରିଥିଲେ । ଦୁର୍ବୃତ୍ତଙ୍କ ଆଖିବୁଜା ମାଡରେ ଲହୁଲୁହାଣ ଦୋକାନୀଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା ।ଶୁକ୍ରବାର ସମୟ ସନ୍ଧ୍ୟା ୬ଟା ୩୦ମିନିଟ୍ । ଖଚାଖଚ ଭିଡ ଥିବା ମାର୍କେଟ୍ ବିଲଡିଂରେ ଶୁଭିଲା କାଚଭଙ୍ଗାଠୁ ଆରମ୍ଭ କରି ପିଟାପିଟିର ଶବ୍ଦ। ଏହାର ଶବ୍ଦ ଯେତିକି ଥିଲା ତାଠୁ ବେଶୀ ଶୁଭୁଥିଲା ଲୋକଙ୍କ ଚିତ୍କାର। କାରଣ ମାର୍କେଟ୍  ବିଲଡିଂକୁ ପଶି ଆସିଥିଲେ ମୁଖା ପିନ୍ଧା ଦୁର୍ବୃତ୍ତ। କେହି କିଛି ବୁଝିବା ଆଗରୁ ଆରମ୍ଭ କରିଦେଇଥିଲେ ଆତଙ୍କରାଜ। ମାର୍କେଟ୍ ବିଲଡିଂ ଭିତରକୁ ଧସେଇ ପଶିଥିଲେ ମୁଖା ପିନ୍ଧା ଦୁର୍ବୃତ୍ତ।  ଆଉ ଆଗରେ ଯାହା ଦୋକାନ ପଡିଲା ମନଇଚ୍ଛା ଭାଙ୍ଗିଚାଲିଥିଲେ  ।ଖାଲି ଦୋକାନ ଭାଙ୍ଗୁନଥିଲେ, ସାମ୍ନାରେ ଯିଏ ପଡିଲା ସିଏ ବି ପାଉନଥିଲା ନିସ୍ତାର । ଏପରିକି ପୋଲିସ ମଧ୍ୟ ଏମାନଙ୍କର ଆକ୍ରମଣରୁ ବର୍ତ୍ତିପାରିନଥିଲା । ଖଣ୍ଡା, ଫାର୍ଶା, ହକି ଷ୍ଟିକ୍, କାଠ ବେଣ୍ଟ ଧରି ପାଖାପାଖି ଘଣ୍ଟାଏ ଚଳାଇଥିଲେ ଆତଙ୍କରାଜ । ଉଠା ଦେକାନୀଙ୍କ  ପାଖରୁ ଖାଉଥିବାବେଳେ ଓ କିଣୁଥିବାବେଳେ ଛିନଛତ୍ର ଦେଇଥିଲେ ଗ୍ରାହକ । ଏଭଳି ଦୃଶ୍ୟ ଦେଖି  ମାର୍କେଟ୍ ବିଲଡିଂର ଅନ୍ୟ ଦୋକାନୀମାନେ ସଟ୍ଟର ମଧ୍ୟ ପକାଇଦେଇଥିଲେ ।ତେବେ ମାର୍କେଟ୍ ବିଲଡିଂର ଆତଙ୍କରାଜ ଖେଳାଇଥିବା ଏହି ଦୁର୍ବୃତ୍ତମାନେ କିଏ ?  କାହିଁକି ସନ୍ଧ୍ୟା ସମୟ ଦେଖି ଲୋକଙ୍କ ଗହଳି ଭିତରେ ପଶି ଏଭଳି କାଣ୍ଡ ଭିଆଇଲେ ? ଏହା ପଛରେ ରହିଛି ପୂର୍ବ ଶତ୍ରୁତା ନା ଆଉ କିଛି ରହସ୍ୟ। କୁହାଯାଉଛି ଗୁରୁବାର ଜଣେ ମହିଳା ଘଣ୍ଟା କିଣିବାକୁ ଆସିଥିବାବେଳେ ଦେକାନୀଙ୍କ ସହ ବଚସା ହେବାପରେ ଗଣ୍ଡଗୋଳ ହୋଇଥିଲା । ମାମଲା ଥାନାକୁ ଯାଇ ସମାଧାନ ମଧ୍ୟ ହୋଇଥିଲା । ତେବେ ଘଟଣାସ୍ଥଳରେ ଡିସିପି ପହଞ୍ଚିବାପରେ ସିସିଟିଭି ଯାଞ୍ଚ କରିବା ସହ ଲୋକଙ୍କୁ ପଚାରିଥିଲେ।ମାର୍କେଟ୍ ବିଲଡିଂର ବିଭିନ୍ନ ଦୋକାନରେ ସିସିଟିଭି ଲାଗିବା ସହ ଲୋକମାନେ ଘଟଣାବେଳର ଦୃଶ୍ୟକୁ ନିଜ କ୍ୟାମେରାରରେ ମଧ୍ୟ କଏଦ କରିଛନ୍ତି ।