ଓଡିଆନ୍ ନ୍ୟୁଜ

11

ଭାରସାମ୍ୟ ହରାଇ କାର୍‌ ଗଛରେ ପିଟି ହେବାରୁ ୪ ଜଣଙ୍କର ମୃତ୍ୟୁ

Team Odian News |

ନୟାଗଡ଼ : ନୟାଗଡ଼ କରଡ଼ା ନିକଟରେ ମର୍ମନ୍ତୁଦ ଦୁର୍ଘଟଣା । ଗଛରେ କାର୍ ପିଟି ହେବା ଯୋଗୁଁ ୪ ଜଣଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ଗୋଟିଏ ପରିବାରର ତିନି ଜଣ ଓ ଡ୍ରାଇଭର ଅଛନ୍ତି । ସମସ୍ତେ ନୟାଗଡ ଜିଲ୍ଲା ଓଡଗଁ। ଥାନା ନନ୍ଦିଘର ଗ୍ରାମର । ମୃତକମାନେ ହେଲେ ନନ୍ଦିଘର ଗ୍ରାମର ଚିରଞ୍ଜିବୀ ସାହୁ, ତାଙ୍କ ପତ୍ନୀ ମଧୁସ୍ମିତା ସାହୁ ଏବଂ ସେମାନଙ୍କର ୧୧ବର୍ଷର ପୁଅ ଆଦିତ୍ୟ ଓ କାର୍ ଡ୍ରାଇଭର୍ ସନ୍ତୋଷ କୁମାର ନାୟକ । ଗତକାଲି ବିଳମ୍ବିତ ରାତିରେ ଚିରଞ୍ଜିବୀ ସାହୁ ନିଜ ପରିବାର ଏବଂ ଦୁଇ ସଢୁ ଓ ଦୁଇ ଶାଳୀଙ୍କ ସହ ମେଡିକାଲ୍ ଚେକ୍ଅପ୍ ପାଇଁ ନିଜ କାରରେ କଟକ ବଡ ମେଡିକାଲ ଯାଇଥିଲେ । ଫେରିବା ସମୟରେ ଦୁଇ ଜଣଙ୍କୁ ଭୁବନେଶ୍ବରରେ ଛାଡି ଆସିବା ପରେ ରାତି ପ୍ରାୟ ୧୧ଟା ସମୟରେ ନୟାଗଡରେ ପହଞ୍ଚିଥିଲେ ।ନୟାଗଡରେ ଜଣେ ଶଢୁ ଏବଂ ଶାଳୀ ଓହ୍ଲାଇବା ପରେ ଝିଅକୁ ସହରର ଏକ ଘରୋଇ କଲେଜ ହଷ୍ଟେଲରେ ଛାଡି ପତ୍ନୀ ଓ ପୁଅ ସହ ଗଁ।କୁ ଫେରୁଥିଲେ । ରାତି ପ୍ରାୟ ୧ଟା ସମୟରେ ଶରଣକୁଳ ଥାନା କରଡା ନିକଟରେ ଗାଡିଟି ରାସ୍ତା କଡରେ ଥିବା ଏକ ଗଛରେ ପିଟି ହୋଇଯାଇଥିଲା । ଡ୍ରାଇଭରର ଆଖି ଲାଗିଯାଇଥିବା କାରଣରୁ ଦୁର୍ଘଟଣା ଘଟିଥିବା ଅନୁମାନ କରାଯାଉଛି ।