ଓଡିଆନ୍ ନ୍ୟୁଜ

101

ପୁଅର ଠେଙ୍ଗାମାଡ଼ରେ ବାପାର ମୃତ୍ୟୁ

Team Odian News |

ମୁନିଗୁଡା : ରାୟଗଡା ଜିଲ୍ଲା ଚନ୍ଦ୍ରପୁର ଥାନା ଉହାପୁଚି ଗାଁରେ ଘଟିଛି ହତ୍ୟାକାଣ୍ଡ । ପୁଅର ଠେଙ୍ଗା ମାଡରେ ବାପାଙ୍କ ମୃତ୍ୟୁ ହୋଇଛି । ଅଭିଯୁକ୍ତ ପୁଅ ଗିରଫ । ମୃତକଙ୍କ ନାଁ ଲଙ୍ଗେସା ହିକବାଡ଼ିକା। ଅଭିଯୁକ୍ତର ନାଁ ବଦ ହିକବାଡ଼ିକା। ପାରିବାରିକ କଳହରୁ ଲଙ୍ଗେସା ହିକବାଡିକା ଓ ତାଙ୍କ ପୁଅ ବଦ ହିକବାଡିକାଙ୍କ ମଧ୍ୟରେ ବଚସା ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ପୁଅ ବଦ ଠେଙ୍ଗାରେ ତାଙ୍କ ମୁଣ୍ଡକୁ ପିଟିଦେଇଥିଲେ । ଫଳରେ ଘଟଣାସ୍ଥଳରେ ହିଁ ଲଙ୍ଗେସାଙ୍କର ମୃତ୍ୟୁ ହୋଇଥିଲା । ଘଟଣାରେ ଅଭିଯୁକ୍ତ ପୁଅକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ ।