ଓଡିଆନ୍ ନ୍ୟୁଜ

10

ଆମେରିକା ଟାର୍ଗେଟରେ ଇରାନର ବରିଷ୍ଠ ଅଧିକାରୀ

Team Odian News |

ଓ୍ବାସିଂଟନ  : ଆମେରିକା ଟାର୍ଗେଟରେ ଇରାନର ବରିଷ୍ଠ  ଅଆଧିକାରୀ । ୟେମେନ୍‌ରେ ଇରାନର ଜଣେ ବରିଷ୍ଠ ସୈନ୍ୟ ଅଧିକାରୀଙ୍କୁ ଆମେରିକା ନିହତ କରିବା ଉଦ୍ୟମ ଫେଲ୍‌ ମାରିଛି  । ଡ୍ରୋନ ଜରିଆରେ ମିସାଇଲ ମାଡ କରିବା ପାଇଁ ଆମେରିକା ଯୋଜନା କରିଥିଲା ବୋଲି ସୂଚନା ମିଳିଛି । ତେବେ କେଉଁ ପରିସ୍ଥିତିରେ ଏହା ବିଫଳ ହୋଇଛି ତାହାର ସ୍ପଷ୍ଟ ସୂଚନା ମିଳିନାହିଁ। ତେବେ ଗତ ୩ତାରିଖ ଦିନ ଆମେରିକାର ଡ୍ରୋନ ଆକ୍ରମଣରେ ଇରାନର ଶକ୍ତିଶାଳୀ କମାଣ୍ଡର କାସିମ ସୁଲେମାନୀ ନିହତ ହୋଇଥିଲେ ।ସୁଲେମାନୀଙ୍କ ନିହତ ପରେ ଦୁଇ ଦେଶ ଆମେରିକା ଓ ଇରାନ ମଧ୍ୟରେ ଅଘୋଷିତ ଯୁଦ୍ଧ ପରିସ୍ଥିତି ଦେଖାଦେଇଥିଲା । ଇରାନ ସୁଲେମାନୀଙ୍କୁ ଆମେରିକା ନିହତ କରିବାର ପ୍ରତିଶୋଧ ନେବ ବୋଲି ସର୍ବସାଧାରଣରେ ଜଣାଇଥିଲା । ତେବେ ଇରାକ୍‌ ସ୍ଥିତ ଆମେରିକା ସୈନ୍ୟ ଆଡ୍ଡା ଉପରେ ଇରାନ ମିସାଇଲ ମାଡ କରିଥିଲା ଏବଂ ୮୦ ରୁ ଅଧିକ ଆମେରିକୀୟ ସେନା ନିହତ ହୋଇଛନ୍ତି ବୋଲି ଦାବି ମଧ୍ୟ କରିଥଲା । କିନ୍ତୁ ଆମେରିକା ରାଷ୍ଟ୍ରପତି ଏକ ପ୍ରେସମିଟ୍‌ ଜରିଆରେ ଇରାନର ଆକ୍ରମଣରେ କୌଣସି ଆମେରିକୀୟ ସୈନ୍ୟ ଆହତ ହୋଇନାହାନ୍ତି ବୋଲି ସୂଚନା ଦେଇଥିଲେ । ଇରାନର ଆକ୍ରମଣରେ କେବଳ ସୈନ୍ୟ ଆଡ୍ଡା କିଛି ମାତ୍ରାରେ କ୍ଷତି ହୋଇଛି ବୋଲି ଜଣାଇଥିଲେ । ତେବେ ୟେମେନରେ ଏୟାରଷ୍ଟ୍ରାଇକ୍‌ରେ ରକ୍ଷା ପାଇଥିବା କମାଣ୍ଡର ଜଣଙ୍କ ନାମ ଅବ୍ଦୁଲ ରଜା ସହଲାଇ।  ସେ ଇରାନର କୁଦୁସ୍‌ ଫୋର୍ସରେ ଜଣେ ଅଧିକାରୀ ଭାବେ ନିୟୋଜିତ ଅଛନ୍ତି । କୁଦୁସ୍ ଫୋର୍ସ ଇରାନର ସବୁଠାରୁ ଶକ୍ତିଶାଳୀ ସେନା ବାହିନୀ ବୋଲି ମନେ କରାଯାଏ । କାସିମ ସୁଲେମାନୀ କୁଦୁସ୍‌ ଫୋର୍ସର ନେତୃତ୍ବ ନେଉଥିଲେ । ଅବ୍ଦୁଲ ରାଜା ସେହଲାଇ ସମସ୍ତ କ୍ଷେତ୍ରରେ ସିଆ ଓ ମିଲିସିଆ ସଂଗଠନ ପାଇଁ ଅର୍ଥ ଯୋଗାଡ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରୁଥିଲେ । ତେଣୁ ସୁଲେମାନୀଙ୍କ ପରେ ସେହଲାଇ ଆମେରିକାର ଟାର୍ଗେଟରେ ମଧ୍ୟ ରହିଛନ୍ତି । ​‌ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ଉଭୟ କାସିମ ସୁଲେମାନୀ ଓ ଅବ୍ଦୁଲ ରାଜା ସେହଲାଇଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା  ପାଇଁ ଜାନୁଆରୀ ୩ରେ ମଞ୍ଜୁରୀ ଦେଇଥିଲା । ସେହି ତାରିଖରେ ଇରାକ ବାଗଦାଦ ଏୟାରପୋରର୍ଟ ବାହାରେ କାସିମ ସୁଲେମାନୀଙ୍କୁ ମିସାଇଲ ଜରିଆରେ ନିହତ କରିଥିଲା । ତେବେ  ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ଯେ, କେଉଁ ତାରିଖରେ ଅବ୍ଦୁଲ ରାଜା ସହଲାଇଙ୍କ ଉପରେ ୟେମେନ୍‌ରେ  ଆକ୍ରମଣ ହୋଇଥିଲା।