ଓଡିଆନ୍ ନ୍ୟୁଜ

13

ବନ୍ଧୁକ ଦେଖାଇ ୧୫ ଲକ୍ଷ ଟଙ୍କା ଓ ୩୦ ଭରି ସୁନା ଗହଣା ଲୁଟ୍

Team Odian News |

କଳାହାଣ୍ଡି : ବିଳମ୍ବିତ ରାତିରେ ସଶସ୍ତ୍ର ଡକାୟତି ଅଭିଯୋଗ । କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଭଁଇରିପାଲି ଗାଁରେ ଛଅ ଜଣ ଦୁର୍ବୃତ୍ତ ବନ୍ଧୁକ ଦେଖାଇ ବ୍ୟବସାୟୀ ସୌରଭ ଜୈନଙ୍କ ଘରୁ ଡକାୟତି ଅଭିଯୋଗ ହୋଇଛି । ପ୍ରାୟ ୧୦ଲକ୍ଷରୁ ଅଧିକ ଟଙ୍କା ଓ ସୁନାଗହଣା ଲୁଟ୍ ଅଭିଯୋଗ ହୋଇଛି । ଜୟପାଟଣା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।ଗତ ୯ ତାରିଖ ଜୁନାଗଡ ଥାନା ବୋରଗୁଡାଠାରେ କପା ବ୍ୟବସାୟୀଙ୍କୁ ଗୁଳି କରି ଦୁର୍ବୃତ୍ତ ୬ ଲକ୍ଷ ଟଙ୍କା ଲୁଟ୍ କରିଥିଲେ । ଗତକାଲି ଏସବିଆଇ ଏଟିଏମ୍ ଲୁଟ୍ ହୋଇଥିବା ବେଳେ କଳାହାଣ୍ଡି ପୋଲିସ ପାଇଁ ଦୁର୍ବୃତ୍ତ ପୁଣି ଚ୍ୟାଲେଞ୍ଜ ସୃଷ୍ଟି କରିଛନ୍ତି ।