ଓଡିଆନ୍ ନ୍ୟୁଜ

30

ଅଷ୍ଟ୍ରେଲିଆରେ ୫ ଦିନରେ ନିପାତ ହେଲେ ୫ ହଜାର ଜଙ୍ଗଲୀ ଓଟ

Team Odian News |

ଅଷ୍ଟ୍ରେଲିଆ : ଦେଶବାସୀଙ୍କୁ ଜଳ ସଙ୍କଟରୁ  ଉଦ୍ଧାର କରିବା ପାଇଁ ଅଷ୍ଟ୍ରେଲିଆ ସରକାର ୧୦ ହଜାର ଓଟଙ୍କୁ ହତ୍ୟା କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଫଳରେ ଗତ ପାଞ୍ଚ ଦିନ ମଧ୍ୟରେ ଅଷ୍ଟ୍ରେଲିଆର ଶିକାରୀମାନେ ହେଲିକପ୍ଟରରେ  ଦକ୍ଷିଣ ଅଷ୍ଟ୍ରେଲିଆର ମରୁଭୂମି ଛାଡ଼ି ଜଳ ସନ୍ଧାନରେ ଜନବସତି ଆଡ଼କୁ ମାଡ଼ି ଆସିଥିବା ୫ ହଜାରରୁ ଉର୍ଦ୍ଧ ଓଟଙ୍କୁ ଆକାଶ ପୃଷ୍ଠରୁ ଗୁୁଳିକରି ହତ୍ୟା କରି ସାରିଲେଣି। ପାଣିର ଅଭାବ ଓ ଲୋକଙ୍କ ଧନଜୀବନ ପ୍ରତି ବିପଦ ସୃଷ୍ଟି କରିବାରୁ ସେମାନଙ୍କୁ ହତ୍ୟା କରାଯାଇଥିବା ଜଣାପଡ଼ିଛି ।ଓଟମାନେ ଅଧିକ ପାଣି ପିଇ ଯାଉଥିବାରୁ ଜଙ୍ଗଲରେ ବାସ କରୁଥିବା ଜନଜାତିଙ୍କ ପାଇଁ ପାଣି ସମସ୍ୟା ବଢ଼ିଯାଇଛି। ଏହି କାରଣ ପାଇଁ ଓଟ ମାନଙ୍କୁ ହତ୍ୟା କରିବାକୁ ନିଷ୍ପତ୍ତି ନେଇଛନ୍ତି ଅଷ୍ଟ୍ରେଲିଆ ସରକାର। ମରୁଭୂମି ଅଞ୍ଚଳରେ ପାଣି ବଞ୍ଚାଇବା ପାଇଁ ଦକ୍ଷିଣ ଅଷ୍ଟେଲିଆରେ ପାଖାପାଖି ୧୦ ହଜାର ଜଙ୍ଗଲୀ ଓଟଙ୍କୁ ଗୁଳି କରି ହତ୍ୟା କରିବାକୁ ନିର୍ଦ୍ଦେଶ ଦିଆଯାଇଛି।ଏହି ଓଟମରା ଅଭିଯାନରେ ପେସାଦାର ସୁଟରମାନେ ହେଲିକପ୍ଟଟରୁ ଓଟମାନଙ୍କୁ ଗୁଳି କରି ହତ୍ୟା କରୁଛନ୍ତି। ଏହାବାଦ୍‌ ଏବେ ଅଷ୍ଟ୍ରେଲିଆର ଜଙ୍ଗଲରେ ନିଆଁ ଲାଗି ଲକ୍ଷ ଲକ୍ଷ ପଶୁପକ୍ଷୀ ପୋଡ଼ି ଛାରଖାର ହୋଇ ଯାଇଛନ୍ତି।