ଓଡିଆନ୍ ନ୍ୟୁଜ

34

ଦେଶର ଅର୍ଥନୈତିକ ନୀତି ନିର୍ଦ୍ଧାରଣ ଦାୟିତ୍ବରେ ତିନି ଓଡିଆ

Team Odian News |

ନୂଆଦିଲ୍ଲୀ:ଭାରତୀୟ ରିଜର୍ଭ ବ୍ୟାଙ୍କରେ ଡେପୁଟି ଗଭର୍ଣ୍ଣର ପଦରେ ଓଡ଼ିଆ ଅଫିସର । ବର୍ତ୍ତମାନ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶଶିକାନ୍ତ ଦାସ ଓ ଡେପୁଟି ଗଭର୍ଣ୍ଣର ଭାବେ ବିପି କାନୁନ୍‌ଗୋ କାର୍ଯ୍ୟରତ ଅଛନ୍ତି । ତେବେ ପୁଣି ଜଣେ ଓଡିଆଙ୍କୁ ଆରବିଆଇର  ଡେପୁଟି ଗଭର୍ଣ୍ଣର ଭାବେ ନିଯୁକ୍ତ ଦେଇଛନ୍ତି କେନ୍ଦ୍ର ସରକାର । ସେ ହେଲେ  ଓଡିଆ ପୁଅ ମାଇକେଲ ଦେବବ୍ରତ ପାତ୍ର ।  ଦେବବ୍ରତ ଡେପୁଟୀ ଗଭର୍ଣ୍ଣର ସହ ଜାତୀୟ ମୁଦ୍ରାନୀତି କମିଟରି  ସଦସ୍ୟ ରହିବେ ।ଫାଇନାନ୍ସିଆଲ ଷ୍ଟାବିଲିଟି ରିସର୍ଚ୍ଚ ଉପରେ ମାଇକେଲ ଦେବବ୍ରତ ପାତ୍ର ହାର୍ବାଡ ବିଶ୍ୱବିଦ୍ୟାଳୟରେ ପୋଷ୍ଟ ଡକ୍ଟୋରାଲ ରିସର୍ଚ୍ଚ ହାସଲ କରିଛନ୍ତି । ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ କାର୍ଯ୍ୟକୁ ଦିଗ ଦେବେ ମାଇକେଲ ଦେବବ୍ରତ ପାତ୍ର ଏବଂ ତାଙ୍କ ସହିତ ଅନ୍ୟ ଡେପୁଟି ଗଭର୍ଣ୍ଣର ବି.ପି କାନୁନଗୋ। ତେଣୁ ତିନି ଓଡିଆ ଏବେ ଦେଶର ଅର୍ଥନୈତିକ ନୀତି ନିର୍ଦ୍ଧାରଣ ଦାୟିତ୍ବରେ ରହିଛନ୍ତି। ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶଶିକାନ୍ତ ଦାସଙ୍କ କାର୍ଯ୍ୟରେ ସହଯୋଗ ପାଇଁ ଡେପୁଟି ଗଭର୍ଣ୍ଣର ଭାବେ ନିଯୁକ୍ତି ପାଇଛନ୍ତି ମାଇକେଲ ଦେବବ୍ରତ ପାତ୍ର। ଆଉ ମାଇକେଲ ଦେବବ୍ରତ ହେଉଛନ୍ତି ଓଡ଼ିଆ। ଦେବବ୍ରତ ପାତ୍ରଙ୍କ କାର୍ଯ୍ୟକାଳ ୩ ବର୍ଷ ରହିବ ।ଆରବିଆଇର ଡେପୁଟି ଗଭର୍ଣ୍ଣର ନିଯୁକ୍ତ ହେବା ପୂ୍ର୍ବରୁ ମାଇକେଲ ପାତ୍ର ମନିଟାରୀ ପଲିସି ବିଭାଗର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଭାବେ ଦାୟିତ୍ୱ ସମ୍ପାଦନା କରୁଥିଲେ ।ଦେଶର ଆର୍ଥିକ ଅଭିବୃଦ୍ଧି ପାଇଁ ସୁଧହାର କମାଇବା ପାଇଁ ନିଆ ଯାଉଥିବା ନିଷ୍ପତ୍ତିରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ମାଇକେଲ ପାତ୍ର। ଓଡ଼ିଶାର କଟକରେ ଜନ୍ମଗ୍ରହଣ କରିଥିବା ମାଇକେଲ ପାତ୍ର ଆଇଆଇଟି ମୁମ୍ବାଇରେ ଅର୍ଥନୀତିରେ ପିଏଚ୍‌ଡି ଡିଗ୍ରୀ ହାସଲ କରିଛନ୍ତି । ୧୯୮୫ ମସିହାରୁ ସେ ଆରବିଆଇରେ କାର୍ଯ୍ୟ କରି ଆସୁଛନ୍ତି।  ଅକ୍ଟୋବର ୨୦୦୫ରେ ସେ ମନିଟାରୀ ପଲିସି ବିଭାଗକୁ ଯିବା ପୂର୍ବରୁ ଅର୍ଥନୀତି ବିଶ୍ଲେଷଣ ବିଭାଗ ଓ ଅନ୍ତର୍ଜାତୀୟ ଫାଇନାନ୍ସ ପଲିସି ଇନଚାର୍ଜ ଭାବେ ବି ଦାୟିତ୍ୱ ତୁଲାଇଛନ୍ତି ।