ଓଡିଆନ୍ ନ୍ୟୁଜ

27

ଭିଜିଲାନ୍ସ ଜାଲରେ କୋଟିପତି ପୂର୍ବତନ ବିଧାୟକ

Team Odian News |

ଭବାନୀପାଟଣା: ଭିଜିଲାନ୍ସ ଜାଲରେ ଭବାନୀପାଟଣାର ପୂର୍ବତନ ବିଜେଡି ବିଧାୟକ ଅନାମ ନାୟକ।   ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଅନାମ ନାୟକଙ୍କ ଘରେ ଆଜି ସକାଳୁ ସକାଳୁ ଭିଜିଲାନ୍ସ ଚଢ଼ଉ କରିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଭିଜିଲାନ୍ସ ଚଢାଉ କରିଛି । ତାଙ୍କ ନକଟିଗୁଡା ବାସଭବନ ସହ ମଦନପୁର ରାମପୁରଠାରେ ସ୍ଥିତ ଲଜରେ ଏକକାଳୀନ ଚଢାଉ ଜାରି ରହିଛି । ଆଜି ସକାଳ ପ୍ରାୟ ୬ଟା ସମୟରେ କଳାହାଣ୍ଡି ଭିଜିଲାନ୍ସ ଟିମ୍ ପୂର୍ବତନ ବିଧାୟକ ଅନାମ ନାୟକଙ୍କ ଭବାନୀପାଟଣା ସହରର ନକଟିଗୁଡ଼ାସ୍ଥିତ ବାସଭବନରେ ପହଞ୍ଚିଥିଲେ। ସେମାନେ ଆୟବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ତାଙ୍କ ଘରେ ଚଢ଼ାଉ ଆରମ୍ଭ କରିଥିଲେ। ଠିକ୍ ସେହି ସମୟରେ ମଦନପୁର ରାମପୁରଠାରେ ଥିବା ଅନାମ ନାୟକଙ୍କ ହୋଟେଲରେ ବି କଳାହାଣ୍ଡି ଭିଜିଲାନ୍ସର ଅନ୍ୟ ଏକ ଟିମ୍ ଚଢ଼ାଉ ଆରମ୍ଭ କରିଥିଲେ। ଏବେ ବି ଚଢ଼ାଉ ଜାରି ରହିଥିବା ଜଣାଯାଇଛି। ତେବେ ଏହି ଚଢ଼ାଉ ବେଳେ କେତେ ପରିମାଣର ସଂପତ୍ତି ମିଳିଥିବା ନେଇ କିଛି ତଥ୍ୟ ହସ୍ତଗତ ହୋଇନାହିଁ।ଅନାମ ନାଏକ ପୂର୍ବରୁ ଜିଲ୍ଲାପାଳ ଅଫିସ କିରାଣୀ ଥିଲେ । ୨୦୧୪ ମସିହାରେ ବିଧାୟକ ଥିବା ସମୟରେ ଆପରେସନ ବ୍ଲାକ୍ ସ୍ପଟରେ ଖଣି ଲିଜ୍ ପାଇଁ ଲାଞ୍ଚ ମାଗୁଥିବା ଅଭିଯୋଗ ପରେ ଥାଙ୍କ ଭାବମୂର୍ତ୍ତିରେ ଆଞ୍ଚ ଆସିଥିଲା । ଏହି ଅଭିଯୋଗ ପାଇଁ ଚଳିତ ନିର୍ବାଚନରେ ତାଙ୍କ ବିଜେଡି ଟିକେଟ କଟିବାର ଅନ୍ୟତମ କାରଣ ବୋଲି କୁହାଯାଉଥିଲା|ଭିଜିଲାନ୍ସର ପ୍ରାଥମିକ ଚଢାଉରୁ ବିଧାୟକ ଜଣେ କୋଟିପତି । ତାଙ୍କ ଭବାନୀପାଟଣା ନକଟିଗୁଡା ପଡାରୁ ତିନି ମହଲା କୋଠା ତଥା ମଦନପୁର ରାମପୁର ଠାରେ ସ୍ତ୍ରୀ ନାଁରେ ବିଦେଶୀ ମଦ ଦୋକାନ ତଥା ଲଜ୍ ଠାବ କରାଯାଇଛି ।