ଓଡିଆନ୍ ନ୍ୟୁଜ

119

ବାଲେଶ୍ୱରରେ ବାଣ ତିଆରି ବେଳେ ବିସ୍ପୋରଣ: ୮ ମୃତ ୬ ଗୁରୁତର

Team Odian News |

ବାଲେଶ୍ୱରରେ ବାଣ ତିଆରି ବେଳେ ବିସ୍ପୋରଣ: ୮ ମୃତ ୬ ଗୁରୁତର
ବାଲେଶ୍ୱର,୧୮/୧୦( ଓଡ଼ିଆନ୍‍ ନ୍ୟୁଜ୍‍): ବାଲେଶ୍ୱର ସଦରଥାନା ଅନ୍ତର୍ଗତ ବାହାବଲପୁରରେ ବାଣ ତିଆରି କରାଯାଉଥିବା ବେଳେ ବିସ୍ପୋରଣ ଘଟି ୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୬ ଜଣ ଗୁରୁତର ହୋଇଛନ୍ତି । ଏକ ବାଣ ତିଆରି କାରଖାନାରେ ୨୫ରୁ ଊର୍ଦ୍ଧ୍ୱ ଶ୍ରମିକ ବାଣ ତିଆରି କରୁଥିବା ବେଳେ ହଠାତ୍‌  ବିସ୍ପୋରଣ ଘଟିଥିଲା। ଏଥିରେ ଜଣେ ଶିଶୁଙ୍କ ସମତେ ୮ ଜଣଙ୍କର ମୃତ୍ୟୁ ହୋଇଛି । ପୁଲିସ ଓ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରୁଛନ୍ତି । ବିସ୍ପୋରଣ ଏତେ ଶକ୍ତିଶାଳୀ ଥିଲା ଯେ କାରଖାନର ଛାତ ସମ୍ପୂର୍ଣ୍ଣ ଭାବେ ଉଡିଯାଇଥିବା ବେଳେ କାନ୍ଥ ଭୁଶୁଡି ପଡିଛି। ଗୁରୁତରମାନଙ୍କୁ ଚିକିତ୍ସା ପାଇଁ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।
ମଙ୍ଗଳବାର ରାତିରେ ରାଉରକେଲାର ଏକ ବାଣ ବଜାରରେ ନିଆଁ ଲାଗି ପ୍ରାୟ ୮୦ଟି ଦୋକାନ ପୋଡିଯିବା ସହ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଯାଇଥିଲା । ଏଥିରେ ୫୦ ଜଣ ଆହତ ହୋଇଥିଲେ। ସେହିପରି ପୁରୀ ଜିଲା ପିପିଲିରେ ବାଣ ତିଆରି କରୁଥିବା ବେଳେ ବିସ୍ପୋରଣ ଘଟିବାରୁ ଜଣେ ଶିଶୁର ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଆହତ ହୋଇଛନ୍ତି ।ଆହତମାନଙ୍କର ଆଖି ନଷ୍ଟ ହୋଇଯାଇଥିବା ସୂଚନା ମିଳିଛି।