ଓଡିଆନ୍ ନ୍ୟୁଜ

128

ପର୍ଯ୍ୟଟନ ମାନଚିତ୍ର ଓ ତାଲିକାରୁ ବାଦ ପଡ଼ିବ ତାଜମହଲ!

Team Odian News |

ପର୍ଯ୍ୟଟନ ମାନଚିତ୍ର ଓ ତାଲିକାରୁ   ବାଦ ପଡ଼ିବ ତାଜମହଲ! 
ନୂଆଦିଲ୍ଲୀ,୧୮/୧୦( ଓଡ଼ିଆନ୍‍ ନ୍ୟୁଜ୍‍):ତାଜମହଲ ପ୍ରେମ ଓ ପ୍ରଣୟର ମୂକସାଖି, ପଥରରେ ପ୍ରେମର କୋମଳ ସ୍ପର୍ଶ । ପ୍ରେମର ସନ୍ତକ ଓ ବିଶ୍ୱର ସପ୍ତ ଆଶ୍ଚର୍ଯ୍ୟ ମଧ୍ୟରୁ ଅନ୍ୟତମ ହେଉଛି ତାଜମହଲ  । ଏହାର ରୂପରେ ବିମୋହିତ ହୋଇ କବି ଏହାକୁ ନିଜକଲମରେ ଲୁହର ପାହଡ଼ଠୁ ଆରମ୍ଭ କରି ପ୍ରେମର ସ୍ୱର୍ଗ ପର୍ଯ୍ୟନ୍ତ ଆକ୍ଷା ଦେଇଛନ୍ତି । କେବଳ ସେତିକି ନୁହେଁ ଏହା ପର୍ଯ୍ୟଟନ ପାଇଁ ମଧ୍ୟ ବାରମାସି ଦୁଆଁଳିଆ ଗାଈ ଭଳି କହିଲେ ଭୁଲ ହେବ ନାହିଁ । ଦେଶ ତଥା ଦେଶ ବାହରର ପ୍ରାୟ ୭୦ପ୍ରତିଶତ ପର୍ଯ୍ୟଟକ ଏହି ସ୍ମାରକି ଦେଖିବାକୁ ବର୍ଷସାରା ଆସିଥାନ୍ତି ।  ଟୁର ଅପରେଟରଙ୍କ କହିବା ଅନୁଯାୟୀ ପର୍ଯ୍ୟଟକମାନେ ଲୋକ ପ୍ରିୟ ଗୋଲଡ଼େନ ଟ୍ରାଙ୍ଗେଲ ତଥା ଦିଲ୍ଲୀ-ଆଗ୍ରା-ଜୟପୁର ମାଗ୍ରାକୁ ବାଛିଥାନ୍ତି । ହେଲେ ଅନେକ ସମୟରେ ପର୍ଯ୍ୟଟକମାନେ ଜୟପୁର ସେମାନଙ୍କ ଭ୍ରମଣରୁ ବାଦ ଦେଇ ଦିଅନ୍ତି ହେଲେ ଆଗ୍ରା କି ତାଜମହଲ ଛାଡ଼ିବା ପାଇଁ ଇଛା ପ୍ରକାଶ କରିବାର ଦେଖାଯାଇ ନାହିଁ ।  ଏ ନେଇ ଥୋମାସ କୁକ ଇଣ୍ଡିଆ ଗ୍ରୁପର ପରିଚାଳକ ନିର୍ଦ୍ଦେଶକ ଦିପକ ଦେବ କହନ୍ତି, “ଆମପାଖରେ ଅନେକ ବିଦେଶ ପର୍ଯ୍ୟଟକ ଗୋଲଡ଼େନ ଟ୍ରାଙ୍ଗେଲ ପାଇଁ ବୁକ କରିଛନ୍ତି ହେଲେ ପରେ ଜୟପୁର ଓ ସେଠାରେ ଥିବା ମହଲ ବୁଲି ନଯାଇ ତାଜମହଲରେ ତାଙ୍କର ସମୟ ବିତାଇ ଦେଇଛନ୍ତି । ୨୦୧୬ ମସିହାରେ ଏହାର ଗମ୍ବୁଜ ଓ ମିନାରର ପୂନଃନିର୍ମାଣ ସମୟରେ ୪ପ୍ରତିଶତ ପର୍ଯ୍ୟଟକ କମ୍ ଆସିଥିବାର ସୂଚନା ରହିଛି । ୨୦୧୫ ମସିହାରେ ପର୍ଯ୍ୟଟକଙ୍କ ସଂଖ୍ୟା୬୫.୧୪ ଲକ୍ଷ୍ୟ ରହିଥିବା ବେଳେ ୨୦୧୬ମସିହାରେ ଏହା କମି ୬୨.୪୨ଲକ୍ଷରେ ପହଁଚିଥିଲା । ହେଲ ଏବେ ତାଜମହଲକୁ ନେଇ ଚାଲିଥିବା ବାଦବିବାଦ କି ପ୍ରକାର ପ୍ରଭାବ ପକାଇପାରେ ତାହାନେଇ  ଦିପକଙ୍କ କହନ୍ତି  ପର୍ଯ୍ୟଟନ ମାନଚିତ୍ର ଓ ପର୍ଯ୍ୟଟନ ତାଲିକାରୁ  ତାଜମହଲ ବାଦ ପଡ଼ିଲେ ୨୫ ପ୍ରତିଶତ ରାଜସ୍ୱ କମିଯିବ । ଏହାସହ ତାଜମହଲକୁ ନେଇ ଏବେ ଉପୁଜି ଥିବା ବିବାଦ ପର୍ଯ୍ୟଟକ ବା ପର୍ଯ୍ୟଟନକୁ ପ୍ରଭାବିତ କରିପାରି ନାହିଁ  ବୋଲି ଇଣ୍ଡିଆନ ଟୁର ପ୍ରଫେସନାଲ କନଫେଡ଼ରେସନର ଅଧ୍ୟକ୍ଷ ସୁଭାଷ ଗୋୟଲ କହିଛନ୍ତି । ଏହାସହ ସେ କହିଛନ୍ତି  ଚଳିତ ବର୍ଷ ତାଜମହଲର ପର୍ଯ୍ୟଟକଙ୍କ ସଂଖ୍ୟା୧୫ରୁ୨୦ ପ୍ରତିଶତ ବୃଦ୍ଧି ହେବାର ଆଶା କରାଯାଉଛି । 
୨୦୨୦ ସୁଦ୍ଧା ବଢିବ ୨ମିଲିୟନ ପର୍ଯ୍ୟଟକଙ୍କ ସଂଖ୍ୟା
ଏ ନେଇ ଆଉଜଣେ ଟୁର ଅପରେଟର କହନ୍ତି ପ୍ରେମର ସନ୍ତକ ଭାବେ ତିଆରି ଏହି ସ୍ମାରକି ସବୁବର୍ଗର ପର୍ଯ୍ୟଟକଙ୍କୁ ବାରମାସି ପସନ୍ଦ ଅଟେ । ତାଜମହଲ ପ୍ରବେଶ ପାଇଁ ଭାରତୀୟ ପର୍ଯ୍ୟଟକଙ୍କୁ ୪୦ଟଙ୍କା, ସାର୍କ ଦେଶର ପର୍ଯ୍ୟଟକଙ୍କ ପାଇଁ ୫୩୦ଟଙ୍କ ଓ ଅନ୍ୟ ବିଦେଶି ପର୍ଯ୍ୟଟକଙ୍କୁ ୧୦୦୦ଟଙ୍କା ଦେବାକୁ ପଡ଼ିଥାଏ । ଯେଉଁମାନେ କମ୍ ଖର୍ଚ୍ଚରେ ତାଜମହଲ ଦେଖିବାକୁ ଚାହାନ୍ତି ସେମାନେ ଦିଲ୍ଲୀରୁ ଟ୍ରେନ ବା ବସ ଦ୍ୱାରା ସେଠାକୁ ଯାଇ ପାରିବେ । ଗୋଟିଏ ଦିନରେ ମଧ୍ୟ ଦିଲ୍ଲୀ ଫେରିପାରିବେତ୍ତ । ବର୍ତମାନ ବର୍ଷକୁ ତାଜମହଲ ଦେଖିବାକୁ ଆସୁଥିବା ପର୍ଯ୍ୟଯକଙ୍କ ସଂଖ୍ୟା ୮ମିଲିୟନ ରହିଥିବା ବେଳେ ୨୦୨୦ ସୁଦ୍ଧା ଏହା ୧୦ମିଲିୟନରେ ପହଁଚାଇବାକୁ ସରକାରଙ୍କ ତରଫରୁ ଲକ୍ଷ୍ୟ ରଖାଯାଇଥିବା ବେଳେ ଟୁର ଅପରଟେରଙ୍କ କହିବା ଅନୁଯାଇ ୨୦୨୦ ପ୍ରାରମ୍ଭରୁ ଏହା ପୁରଣ ହୋଇଯିବ । ଏହାକୁ କେହି ସମାଧି ନୁହେଁ ଏକ ସ୍ଥାପତ୍ୟ ଭାବେ ଦେଖନ୍ତି ଏ ନେଇ ଜଣେ ଟୁର ଅପରେଟର କହନ୍ତି ଏହାକୁ ଦିନରେ, ରାତିରେ ଉଡ଼ାଯାହଜରେ ରହି ଆକାଶ ମାର୍ଗରୁ ଦେଖି ପାରିବେ ଓ ସବୁଥିରେ ଏହା ଏକ ଅଲଗା ଅଲଗା ଦୃଶ୍ୟରେ ଆକର୍ଷିତ କରିଥାଏ । ତାଜମହଲ ଦେଖିବା ପାଇଁ ଆସୁଥିବା ପର୍ଯ୍ୟଟକମାନଙ୍କ ପାଇଁ ଏହାକୁ ସମ୍ପୂର୍ଣ୍ଣ ଭାବେ ମୁକ୍ତ କରାଯିବା ଦରକାର ବୋଲି ଅନେକ ବିଶେଷଜ୍ଞ ମତ ଦିଅନ୍ତି । ତାଜମହଲ ଏକ ୟୁନିସ୍କୋ ଐତିହ୍ୟସ୍ଥଳୀ  । ଏହାସହ ଭାରତରେ ୩୫ଟି ଐତିହ୍ୟ ସ୍ଥଳୀ ରହିଥିବାର ଟୁରଅପରେଟରମାନେ କହନ୍ତି । “ଏହାର ବହୁ ସମସ୍ୟା ଅଟେ” ।   ଜଣେ ଟୁରଅପରେଟର କହିନ୍ତି ଆମର ସମସ୍ୟା ହେଉଛି ଆମେ ଭାରତର ଐତିହ୍ୟକୁ ସମ୍ମାନ ଦେବା ଓ ଭାରତରେ ଏହାର ଭାଗିଦାରିକୁ ମାନିବାକୁ ନାରାଜ  । ତାଜମହଲ ପର୍ଯ୍ୟଟନ ପାଇଁ ଏକ ରାଜସ୍ୱ ରୋଜଗାରର ଉତ୍ସ । ଏହି ସ୍ମାରକି କେବଳ ପଥରରେ ପ୍ରେମର କବିତାଟିଏ ନୁହେଁ ଏହା ଯୁବା ଓ ବୃଦ୍ଧ ସମସ୍ତଙ୍କର ପ୍ରିୟ ଅଟେ ।