ଓଡିଆନ୍ ନ୍ୟୁଜ

126

ରାଉରକେଲା:କୋଟି କୋଟି ଟଙ୍କାର ବାଣ ସହ ଜଳିଗଲା ୬୦ରୁ ଅଧିକ ବାଇକ

Team Odian News |

ରାଉରକେଲା:କୋଟି କୋଟି ଟଙ୍କାର ବାଣ ସହ ଜଳିଗଲା ୬୦ରୁ ଅଧିକ ବାଇକ
ରାଉରକେଲା,୧୮/୧୦( ଓଡ଼ିଆନ୍‍ ନ୍ୟୁଜ୍‍): ରାଉରକେଲା ପାୱାର ହାଉସ୍ ରୋଡ ବାଣ ବଜାରରେରେ ଭୟାନକ ଅଗ୍ନିକାଣ୍ଡ ଘଟି କୋଟି କୋଟି ଟଙ୍କାର ବାଣ ପୋଡ଼ି ପାଉଁଶ ହୋଇଯାଇଛି । ଏହି ଅଗ୍ନିକାଣ୍ଡରେ ବାଣ ଦୋକାନ ନିକଟରେ ଥିବା ପ୍ରାୟ ୬୦ ଟି ମୋଟରସାଇକେଲ ଜଳି ଯାଇଛି । ସୂଚନା ଅନୁଯାୟୀ, ବିଦ୍ୟୁତ୍ ସଟ ସର୍କିଟରୁ ବାଣ ଦୋକାନରେ ନିଆଁ ଲାଗିବାରୁ ଏକ ଭୟାନକ ବିସ୍ଫୋରଣ ଘଟିଥିଲା । ଏହାପରେ ନିଆଁ ଚାରି ଆଡକୁ ବ୍ୟାପି ଯାଇଥିଲା । ମାତ୍ର କିଛି ସମୟ ମଧ୍ୟରେ ବାଣ ଦୋକାନ ଗୁଡ଼ିକ ପୋଡି ପାଉଁଶ ହୋଇଯାଇଥିଲା । ବାଣ ଦୋକାନ ନିକଟରେ ଥିବା ସମସ୍ତ ଗାଡ଼ି ମୋଟର ଓ ଅନ୍ୟାନ୍ୟ ସାମଗ୍ରୀ ବି ପୋଡ଼ି ନଷ୍ଟ ହୋଇଯାଇଛି । ଏହି ଅଗ୍ନିକାଣ୍ଡରେ କୋଟି କୋଟି ଟଙ୍କାର ବାଣ ଓ ସମ୍ପତ୍ତି ନଷ୍ଟ ହୋଇଯାଇଛି ।