ଓଡିଆନ୍ ନ୍ୟୁଜ

174

ଭାରତରେ ୯୭ ନିୟୁତ ଶିଶୁ କମ୍ ଓଜନ ରୋଗରେ ପିଡ଼ିତ ।

Team Odian News |

ଭାରତରେ ୯୭ ନିୟୁତ ଶିଶୁ କମ୍ ଓଜନ ରୋଗରେ ପିଡ଼ିତ  । 
ନୂଆଦିଲ୍ଲୀ,୧୮/୧୦( ଓଡ଼ିଆନ୍‍ ନ୍ୟୁଜ୍‍ ଟିମ୍‍): ବିଶ୍ୱର ସବୁଠାରୁ ଅଧିକ କମ୍ ଓଜନ ବିଶିଷ୍ଟ ଶିଶୁ ଏବଂ କିଶୋର ଭାରତରେ ରହିଛନ୍ତି । ୨୦୧୬ ମସିହା ସୁଦ୍ଧା ଭାରତରେ ବସବାସ କରୁଥିବା ୯୭ ନିୟୁତ ଶିଶୁ ଓ କିଶୋର କମ୍ ଓଜନର ଶିକାର ହୋଇଥିବାର “ଦି ଲ୍ୟାନ୍ସେଟ୍ ଜର୍ନାଲ”ର ରିପୋର୍ଟରେ ପ୍ରକାଶ ପାଇଛି । ବ୍ରିଟେନର ଇମ୍ପେରିଆଲ୍ କଲେଜ୍ ଅଫ୍ ଲଣ୍ଡନ ଏବଂ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଦ୍ୱାରା କରାଯାଇଥିବା ଏକ ସର୍ଭେରିପୋର୍ଟରେ ପ୍ରକାଶ ପାଇଛି ଯେ୧୯୭୫ ମସିହାରେ ଭାରତରେ ୨୪.୪ପ୍ରତିଶତ କାଳିକା ଏବଂ ୩୯.୩ପ୍ରତିଶତ ବାଳକ କମ୍ ଓଜନର ଶିକାର ହୋଇଥିବା ବେଳେ ୨୦୧୬ ମସିହାରେ ଏହାର ହାର ୨୨.୭ପ୍ରତିଶତ ବାଳିକା ଓ ୩୦.୭ପ୍ରତିଶତ ବାଳକ କମ୍ ଓଜନର ଶିକାର ହୋଇଛନ୍ତି । ସେହିଭଳି ୨୦୧୬ ମସିହା ସୁଦ୍ଧା ବିଶ୍ୱବ୍ୟାପୀ ୭୫ ନିୟୁତ ବାଳିକା ଓ ୧୧୭ ନିୟୁତ ବାଳକ ସାମାନ୍ୟ ତଥା ଗମ୍ଭୀର ଭାବେ କମ୍ ଓଜନ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି । ଏହି ଗବେଷଣାରେ ବିଶ୍ୱର ୧୩୦ ନିୟୁତ ୫ବର୍ଷରୁ ଉଦ୍ଧ୍ୱର୍ ପିଲା ଏବଂ ବୟସ୍କ ବ୍ୟକ୍ତିଙ୍କ ଉଚ୍ଚତା ଏବଂ ଓଜନ ମାପ କରାଯାଇଥିଲା । ସେମାନଙ୍କ ମଧ୍ୟରୁ ୩୧.୫ ନିୟୁତ ୫ରୁ୧୯ ବର୍ଷ ବୟସ୍କ ଥିବାବେଳେ ୯୭.୪ ନିୟୁତ ୨୦ବର୍ଷର ଏବଂ ତଦୂର୍ଦ୍ଧ ଥିଲେ ।