ଓଡିଆନ୍ ନ୍ୟୁଜ

111

ରାଜ୍ୟସ୍ତରୀୟ ରାଜକନିକା କପ୍ ଫୁଟବଲ: ସେମିରେ ସାଇ ହଷ୍ଟେଲ, କଟକ

Team Odian News |

ରାଜ୍ୟସ୍ତରୀୟ ରାଜକନିକା କପ୍ ଫୁଟବଲ: ସେମିରେ ସାଇ ହଷ୍ଟେଲ, କଟକ
କେନ୍ଦ୍ରାପଡ଼ା,୧୮/୧୦( ଓଡ଼ିଆନ୍‍ ନ୍ୟୁଜ୍‍): ରାଜକନିକା ଆଥ୍ଲେଟିକ୍ ଆସୋସିଏସନ୍ ଆନୁକୂଲ୍ୟରେ ଆୟୋଜିତ ରାଜ୍ୟସ୍ତରୀୟ ରାଜକନିକା କପ୍ ଫୁଟ୍ବଲ ଟୁର୍ଣ୍ଣାମେଣ୍ଟର ଆଜି ଶେଷ କ୍ୱାଟର ଫାଇନାଲ ମ୍ୟାଚରେ ସାଇ ହଷ୍ଟେଲ, କଟକ ୨-୦ ଗୋଲରେ ୟଙ୍ଗ ଆଦିବାସୀ କ୍ଳବ, ରାଉରକେଲାକୁ ହରାଇ ସେମି ଫାଇନାଲ ଖେଳିବାପାଇଁ ଯୋଗ୍ୟତା ଅର୍ଜ୍ଜନ କରିଛି । ଆର୍‍ଏନ୍‍ ହାଇସ୍କୁଲ ଷ୍ଟାଡିୟମରେ ଆୟୋଜିତ ଏହି ଟୁର୍ଣ୍ଣାମେଣ୍ଟରେ ଆଜି ଅନୁଷ୍ଠିତ ମ୍ୟାଚରେ ସାଇ ହଷ୍ଟେଲର ୧୭ନମ୍ବର ଖେଳାଳୀ ଡୋମନ ମାରାଣ୍ଡି ଖେଳର ପ୍ରଥମାର୍ଦ୍ଧରେ ଗୋଟିଏ ଗୋଲ ଦେଇ ଦଳକୁ ୧-୦ରେ ଆଗୁଆ ରଖିଥିଲେ  । ହେଲେ ଦ୍ୱିତୀୟାର୍ଦ୍ଧରେ ୧୫ ନମ୍ବର ଖେଳାଳୀ ଚନ୍ଦ୍ର ମୁର୍ମ୍ମୁ ଦ୍ୱିତୀୟ ଗୋଲ ସ୍କୋର କରି ଦଳକୁ ୨-୦ରେ ବିଜୟୀ କରାଇଥିଲେ ।  ଆଜିର ମ୍ୟାଚରେ ମୁଖ୍ୟଅତିଥି ଭାବେ ରାଜନଗର ବିଧାୟକ ଅଂଶୁମାନ ମହାନ୍ତି ଏବଂ ସମ୍ମାନିତ ଅତିଥିଭାବେ ଆର୍ଏନ୍ ହାଇସ୍କୁଲର ପ୍ରଧାନ ଶିକ୍ଷକ ଶ୍ରୀକାନ୍ତ ବେହେରା ପ୍ରମୁଖ ଯୋଗ ଦେଇ ଚନ୍ଦ୍ର ମୁର୍ମ୍ମୁଙ୍କୁ ମ୍ୟାନ ଅଫ ଦି ମ୍ୟାଚ୍ ଭାବେ ଦୀଲ୍ଲିପ୍ ବେହୁରା ସ୍ମାରକୀ ଟ୍ରଫି ପ୍ରଦାନ କରିଥିଲେ  । ଆଜିର ଏହି ଖେଳକୁ ସୁଜିତ୍ କୁମାର ପାତ୍ର, କାର୍ତ୍ତିକ ଦାଶ, ସୁବ୍ରତ ପୁରୋହିତ, ଭୋଳାନାଥ ମହାକୁଡ଼ ଓ ଶରତ କୁମାର ଜେନା ଖେଳ ପରି·ଳନା କରିଥିଲେ । ଆସୋସିଏସନର ସଭାପତି ଦୋଳଗୋବିନ୍ଦ ନାୟକ ଅଧ୍ୟକ୍ଷତା କରିଥିବାବେଳେ ଅନୁଷ୍ଠାନର ଉପଦେଷ୍ଠା ବିଧାୟକ ଦେବେନ୍ଦ୍ର ଶର୍ମା, ବିକ୍ରମ ଚନ୍ଦ୍ର ଦାସ, କପିଳେନ୍ଦ୍ର ମଲ୍ଲିକ୍, ସାଧାରଣ ସମ୍ପାଦକ ଅଜୟ କୁମାର ନାୟକ, ଯୁଗ୍ମ ସମ୍ପାଦକ ଇଂ ପ୍ରଶାନ୍ତ ବିଶ୍ୱାଳ ଏବଂ ସହ-ସମ୍ପାଦକ ଶୁଭ୍ରାଂଶୁ ଭୂଷଣ ସୂତାର ଉପସ୍ଥିତ ଥିଲେ । ଆସନ୍ତା ୨୦ ତାରିଖ ପ୍ରଥମ ସେମିଫାଇନାଲ ଖେଳ ମଙ୍ଗଳା କ୍ଲବ, କଟକ ଓ ସାଇ ହଷ୍ଟେଲ, କଟକ ମଧ୍ୟରେ ମଧ୍ୟରେ ଅନୁଷ୍ଠିତ ହେବ  ।