ଓଡିଆନ୍ ନ୍ୟୁଜ

107

ଯବାନଙ୍କ ସହ ଦୀପାବଳି ପାଳନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

Team Odian News |

ଯବାନଙ୍କ ସହ ଦୀପାବଳି ପାଳନ କଲେ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 
ଜମ୍ମୁ-କାଶ୍ମୀର,୧୯/୧୦( ଓଡ଼ିଆନ୍‍ ନ୍ୟୁଜ୍‍): ପ୍ରତିବର୍ଷ ପରି ଚଳିତ ବର୍ଷ ସେନାର ଯବାନଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୀପାବଳି ପାଳନ କରିଛନ୍ତି । ଚଳିତ ବର୍ଷ ଜମ୍ମୁ କାଶ୍ମୀର ଗୁରେଜରେ ପ୍ରଧାନମନ୍ତ୍ରୀ ସେନା ଯବାନଙ୍କ ସହ ଏହି ଶୁଭ ଅବସରରେ ସାମିଲ ହୋଇଛନ୍ତି । ୧୫ କର୍ପସର ସେନା ଛାଉଣୀରେ ପ୍ରଧାନମନ୍ତ୍ରୀ ଯବାନଙ୍କ ସହ ଦୀପାବଳି ପାଳନ କରିଥିବା ସେନା ପକ୍ଷରୁ ସୂଚନା ଦିଆଯାଇଛି। ଏହା  ନିୟନ୍ତ୍ରଣ ରେଖା ନିକଟରେ ରହିଛି।
ଦୀପାବଳି ଅବସରରେ ପ୍ରଧାନମନ୍ତ୍ରୀଙ୍କର ଏହା ଦ୍ୱିତୀୟ କାଶ୍ମୀର ଗସ୍ତ। ୨୦୧୪ ମସିହାରେ ସେ ଦୀପାବଳି ଅବସରରେ କାଶ୍ମୀର ଯାଇଥିଲେ। ବିଜେପି କେନ୍ଦ୍ରରେ କ୍ଷମତାକୁ ଆସିବାର କିଛିଦିନ ପରେ ଦୀପାବଳି ଅବସରରେ ମୋଦି  କାଶ୍ମୀର ଯାଇଥିଲେ । ସେହି ସମୟରେ ସେ ସିଆଚୀନରେ ଗୋଟିଏ ଦିନ କଟାଇଥିଲେ ଓ ଜମ୍ମୁ କାଶ୍ମୀର ପାଇଁ ୫୭୦ କୋଟି ଟଙ୍କାର ପ୍ୟାକେଜ ଘୋଷଣାକରିଥିଲେ । ସେନା ଯୋଗୁଁ ଦେଶର ୧୨୫ କୋଟି ନାଗରିକ ଦୀପାବଳି ପାଳନ କରି ପାରୁଥିବା ସେ ପ୍ରକାଶ କରିଥିଲେ। ୨୦୧୫ରେ ସେ ଭାରତ-ପାକିସ୍ତାନ ସୀମାରେ ପଞ୍ଜାବରେ ସେନା ଯବାନଙ୍କ ସହ ଦୀପାବଳି ପାଳନ କରିଥିଲେ । ଗତ ବର୍ଷ ହିମାଚଳ ପ୍ରଦେଶରେ ଭାରତ-ଚୀନର ସୀମା ନିକଟରେ ଯବାନଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୀପାବଳି ପାଳନ କରିଥିଲେ।