ଓଡିଆନ୍ ନ୍ୟୁଜ

149

ଦାଉଦ ଇବ୍ରାହିମ୍‌ର ସମ୍ପତ୍ତି ନିଲାମ କରାଯିବ ।

Team Odian News |

ଦାଉଦ ଇବ୍ରାହିମ୍‌ର ସମ୍ପତ୍ତି ନିଲାମ କରାଯିବ । 
ମୁମ୍ବଇ,୧୯/୧୦( ଓଡ଼ିଆନ୍‍ ନ୍ୟୁଜ୍‍): ମୁମ୍ବଇ ସିରିଜ ବିସ୍ଫୋରଣ ଘଟଣାର ମୁଖ୍ୟ ଷଡଯନ୍ତ୍ରକାରୀ ତଥା ଅଣ୍ଡରୱାର୍ଲ୍ଡ ଡନ ଦାଉଦ ଇବ୍ରାହିମ୍‌ର ସମ୍ପତ୍ତିକୁ ନିଲାମ କରିବା ଲାଗି ଭାରତ ସରକାର ନିଷ୍ପତ୍ତି ନେଇଛନ୍ତି । ଏନେଇ ସରକାର ଖବରକାଗଜରେ ବିଜ୍ଞାପନ ପ୍ରକାଶ କରିଛନ୍ତି । ପ୍ରକାଶିତ ବିଜ୍ଞାପନ ଅନୁଯାୟୀ ଦାଉଦ ୫ଟି ସମ୍ପତ୍ତିକୁ ନିଲାମ ଲାଗି ତାଲିକାଭୁକ୍ତ କରାଯାଇଛି । ଏହି ସମ୍ପତ୍ତିଗୁଡିକ ହେଲା ଧାମରାୱାଲା ବିଲି୍ଡଂର ଫ୍ଲାଟ ନମ୍ବର ୧୮, ୨୦, ୨୫,୨୬ ଓ ୨୮ । ଏହି ଫ୍ଲାଟଗୁଡିକ ଦକ୍ଷିଣ ମୁମ୍ବଇର ଭେନ୍ଦି ବଜାରର ପାକମୋଦିଆ ଗଳିରେ ଅବସ୍ଥିତ । ନିକଟରେ ଗିରଫ ହୋଇଥିବା ଦାଉଦର ଭାଇ ଇକବାଲ କସକର ଧରମୱାଲା ବିଲ୍ଡିଂରେ ରହୁଥିଲା । ଏହି ସମ୍ପତ୍ତିରେ ଦାଉଦର ଭାଇ ହସିନା ପାରକେରର ମଧ୍ୟ ମାଲିକାନା ରହିଛି । ନଭେମ୍ବର ୧୪ରେ ଏହି ସବୁ ସମ୍ପତ୍ତିକୁ ନିଲାମ କରାଯିବ ।