ଓଡିଆନ୍ ନ୍ୟୁଜ

155

ରାଜ୍ୟପାଳ ଏସ୍‌ସି ଜମିର ଅସୁସ୍ଥ,ଆପୋଲୋ ହସପିଟାଲରେ ଭର୍ତ୍ତି

Team Odian News |

ରାଜ୍ୟପାଳ ଏସ୍‌ସି ଜମିର ଅସୁସ୍ଥ,ଆପୋଲୋ ହସପିଟାଲରେ ଭର୍ତ୍ତି

ଭୁବନେଶ୍ୱର,୧୯/୧୦( ଓଡ଼ିଆନ୍‍ ନ୍ୟୁଜ୍‍):ରାଜ୍ୟପାଳ ଏସ୍‌ସି ଜମିର ଅସୁସ୍ଥ ହୋଇ ପଡିଛନ୍ତି । ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ଚିକିତ୍ସା ପାଇଁ ଭୁବନେଶ୍ୱର ସ୍ଥିତ ଆପୋଲୋ ହସପିଟାଲରେ ଭର୍ତ୍ତି କରାଯାଇଛି। ଅପରାହ୍ନ ୨ଟା ୩୦ ସମୟରେ ଏସ୍‌ସି ଜମିର ଛାତିରେ ଯନ୍ତ୍ରଣା ଅନୁଭବ କରିଥିବା ସୂଚନା ମିଳିଛି। ଏକ ସ୍ୱତନ୍ତ୍ର ଗାଡିରେ ରାଜ୍ୟପାଳଙ୍କୁ ରାଜ ଭବନରୁ ଆପୋଲ ହସପିଟାଲକୁ ନିଆଯାଇଥିଲା। ହୃଦଘାତ ଯୋଗୁଁ ତାଙ୍କର ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ ବୋଲି ଆପୋଲ ହସପିଟାଲର ହୃଦ ରୋଗ ବିଭାଗର ମୁଖ୍ୟ ପିକେ ସାହୁ ସୂଚନା ଦେଇଛନ୍ତି ।