ଓଡିଆନ୍ ନ୍ୟୁଜ

44

ରାଜଧାନୀରେଅପରାଧୀ-ପୋଲିସ ମଧ୍ୟରେ ଗୁଳିବିନିମୟ

Team Odian News |

ନୂଆଦିଲ୍ଲୀ :ଦିଲ୍ଲୀର ପ୍ରହ୍ଲାଦପୁର ଅଞ୍ଚଳରେ ଅପରାଧୀ-ପୋଲିସ ମଧ୍ୟରେ ଗୁଳିବିନିମୟ  ଘଟିଛି । ପୋଲିସ ଗୁଳିରେ ଦୁଇ ଜଣ ଅପରାଧୀ ନିହତ । ମୃତ ଅପରାଧୀଙ୍କ ନାମ ରାଜା କୁରେଶି ଓ ରମେଶ ବୋଲି ଜଣାପଡିଛି । ଦୁଇ ଜଣ ଅପରାଧୀ ହତ୍ୟା ଘଟଣାରେ ସାମିଲ ଥିଲା । ଏବଂ ତାଙ୍କ ନାମରେ ଓ୍ବାରେଣ୍ଟ ମଧ୍ୟ ଥିଲା । ପୋଲିସ ଦୁଇ ଜଣଙ୍କ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି  |

ସୋମବାର ସକାଳ ସମୟରେ ଦିଲ୍ଲୀର ପୁଲ ପ୍ରହ୍ଲାଦପୁର ଅଞ୍ଚଳରେ ଏନ୍‌କାଉଣ୍ଟର ହୋଇଛି । ହତ୍ୟା ଅଭିଯୋଗରେ ଦୁଇ ଜଣ ଅପରାଧୀଙ୍କ ନାଁରେ ଓ୍ବାରେଣ୍ଟ ଥିଲା । ଉଭୟ ଅପରାଧୀଙ୍କୁ ବହୁ ଦିନ ହେଲା ପୋଲିସ ଖୋଜୁଥିଲା । ତେବେ ଦୁଇ ଜଣ ଅପରାଧୀ ରହୁଥିବା ସ୍ଥାନକୁ ଜାଣିବାକୁ ପାଇ ପୋଲିସ ଘେରିଯାଇଥିଲା । ଚାରିପଟୁ ଘେରିବା ଦେଖି  ପୋଲିସ ଉପରକୁ ଅପରାଧୀମାନେ ଗୁଳି ଚାଳନା କରିଥିଲା । ଅପରାଧୀଙ୍କ ଗୁଳିମାଡର ଜବାଜ ଦେଇ ପୋଲିସ ମଧ୍ୟ ଗୁଳିମାଡ କରିଥିଲା । ପୋଲିସ ଗୁଳିରେ ଦୁଇ ଜଣ ଅପରାଧୀ ଆହତ ହୋଇଥିଲା , ପରେ ଦୁଇ ଜଣ ଅପରାଧୀଙ୍କ ମୃତ୍ୟୁ ହୋଇଯାଇଛି । ଦୁଇ ଜଣ ଅପରାଧୀ ଏକ ହତ୍ୟାକାଣ୍ଡ ଘଟଣାର ଅଭିଯୁକ୍ତ ଥିଲେ ।