ଓଡିଆନ୍ ନ୍ୟୁଜ

41

ଓଡିଶା କୃଷକ ସଭା ବ୍ରହ୍ମଗିରି ବ୍ଲକ ତରଫରୁ ଗଣ ବିକ୍ଷୋଭ

Team Odian News |

ବହ୍ମଗିରି :   ଓଡିଶା କୃଷକ ସଭା ବ୍ରହ୍ମଗିରି ବ୍ଲକ ତରଫରୁ ଗଣ ବିକ୍ଷୋଭ। ବିଭିନ୍ନ ଦାବି ନେଇ ବିକ୍ଷୋଭ ସହ ଧାରଣ ପ୍ରଦର୍ଶନ କରିଛନ୍ତି । ୭ଦିନ ମଧ୍ୟରେ ଦାବି ପୂରଣ କରିବାକୁ ଚେତାବନୀ ଦେଇଛି ସଂଘ ।ଫନି କ୍ଷତିଗ୍ରସ୍ତଙ୍କୁ ତୁରନ୍ତ କ୍ଷତି ପୂରଣ ,  ହିତାଧିକାରୀଙ୍କ ବ୍ୟାଙ୍କ ଜମା ଖାତାରୁ ଟଙ୍କା ଉଠାଣ ଉପରେ କଟକଣା ପ୍ରତ୍ୟାହାର ,ତଦନ୍ତରେ ପକ୍ଷପାତିତା କରିଥିବା ଦୁର୍ନୀତିଗ୍ରସ୍ତ କର୍ମଚାରୀଙ୍କୁ ଦଣ୍ଡ ବିଧାନ,ଫନି ବାସହରାଙ୍କୁ ବାସଗୃହ ପ୍ରଦାନ ସମେତ ୭ ଦଫା ଦାବିରେ ନେଇ ଶତାଧିକ ପୁରୁଷ ଓ ମହିଳା ମାନେ ବ୍ଲକ ଛକଠାରୁ ଏକ ବିଶାଳ ରାଲିରେ ଆସି ବ୍ରହ୍ମଗିରି ତହସିଲ କାର୍ଯ୍ୟାଳୟ ପାଖରେ ପହଂଚିଥିଲେ ।  ପ୍ରଶାସନ ଵିରୋଧରେ ଭାଷଣ ଦେବା ସହ ବ୍ରହ୍ମଗିରି ତହସିଲଦାରଙ୍କୁ ଦାବିପତ୍ର ପ୍ରଦାନ । ୭ ଦିନ ଭିତରେ ଯଦି ଦାବି ପୂରଣ ନ ହୁଏ ତେବେ ଆଗାମୀ ଦିନରେ ତହସିଲ କାର୍ଯ୍ୟାଳୟ କୁ ପୁରା ଅଚଳ କରିଦେବୁ ବୋଲି ଚେତାବନୀ ଦେଇଛନ୍ତି।