ଓଡିଆନ୍ ନ୍ୟୁଜ

38

ଭାରତରେ ପ୍ରସ୍ତୁତ ହେଲା କରୋନା ଭାଇରସ୍‌ ଭ୍ୟାକ୍ସିନ

Team Odian News |

ପୁଣେ:ସାରା ପୃଥିବୀରେ ଆତଙ୍କ ସୃଷ୍ଟି କରିଥିବା କରୋନା ଭାଇରସ ପାଇଁ ଭ୍ୟାକ୍‌ସିନ ଭାରତ ତିଆରି କରୁଛି।ଏହି ଭ୍ୟାକ୍ସିନ ଏବେ ପ୍ରି-କ୍ଲିନିକାଲ ଟ୍ରାଏଲ ଷ୍ଟେଜ୍‌ରେ ରହିଛି। ୬ ମାସ ଭିତରେ ଏହା ମଣିଷ ଶରୀରରେ ପରୀକ୍ଷା କରାଯିବାର ସମ୍ଭାବନା ରହିଛି। ଇନ୍‌ଷ୍ଟିଚ୍ୟୁଟ ଅଫ ଇଣ୍ଡିଆ (ISI) ଏବଂ ଆମେରିକା ବାୟୋଟେକ୍ନିକାଲ ଫର୍ମ କୋଡାଜିନିକ୍ସ ପକ୍ଷରୁ ମିଳିତ ଭାବେ ଏହି ଭ୍ୟାକ୍‌ସିନ ପ୍ରସ୍ତୁତ କରାଯାଇଛି।

ସାରା ବିଶ୍ୱରେ ଏଭଳି ଟୀକା ପ୍ରସ୍ତୁତି ପାଇଁ ପ୍ରୟାସ ଆରମ୍ଭ ହୋଇସାରିଛି। ତେବେ ପୁଣେରେ ବିକଶିତ ଏହି ଟୀକା ଏକ ଲାବୋରେଟୋରି ଦ୍ୱାରା ବିକଶିତସିନ୍ଥେଟିକ୍‌ ଭୂତାଣୁରୁ ପ୍ରସ୍ତୁତ କରାଯାଇଛି। ଏହା ଏକ ବଡ଼ ସଫଳତା, କାରଣ କରୋନାର ସଂହାର ଲୀଳାରେ ରୋକ୍‌ ଲଗାଇବା ପାଇଁ ଅଧିକ ଶକ୍ତିଶାଳୀ ଔଷଧ ପ୍ରସ୍ତୁତିର ମାର୍ଗକୁ ଏହା ସୁଗମ କରିବ।

ଏସ୍‌ଆଇଆଇର ମାଲିକ ଏବଂ ସିଇଓ ଅଦାର ପୂନାୱାଲା କହିଛନ୍ତି, “ଏକ ଟୀକା ପ୍ରସ୍ତୁତି ପାଇଁ ସାଧାରଣତଃ ୮ରୁ ୯ ବର୍ଷ ଲାଗିଥାଏ। ଆମେ ଆମ ଆମେରିକା ପାର୍ଟନର କୋଡାଜେନିକ୍ସ ସହ ମିଇ ଏଭଳି କ୍ୟାଣ୍ଡିଡେଟ୍‌ ଭ୍ୟାକ୍ସିନ୍‌ ପ୍ରସ୍ତୁତ କରିଛୁ। ଏହା ଭାଇରସ୍‌ର ମୁକାବିଲାରେ ଏବଂ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବାରେ ସହାୟକ ହୋଇପାରିବ।”