ଓଡିଆନ୍ ନ୍ୟୁଜ

42

ଚିହ୍ନଟ ହେବେ ପଛୁଆ ବର୍ଗ

Team Odian News |

ଭୁବନେଶ୍ୱର: ବିଧାନସଭାରେ ପାରିତ ହେଲା ଓଡ଼ିଶା ରାଜ୍ୟ ପଛୁଆ ବର୍ଗ କମିଶନ ସଂଶୋଧନ ବିଲ୍-୨୦୨୦। ଏହି ବିଲ୍ ଅନୁଯାୟୀ, ଏଣିକି ରାଜ୍ୟ ସରକାର ସ୍ୱତନ୍ତ୍ର ଭାବେ ପଛୁଆ ବର୍ଗଙ୍କ ଚିହ୍ନଟ କରିବେ। ଏନେଇ ଅଲଗା ଜଣଗଣନା ହେବ॥ ରାଜ୍ୟ ପଛୁଆ ବର୍ଗ କମିଶନ, ପଛୁଆ ବର୍ଗଙ୍କ ସାମାଜିକ ଓ ଶିକ୍ଷାଗତ ସ୍ଥିତିର ସର୍ଭେ କରିବେ ।

୧୯୩୧ ମସିହାରୁ ପଛୁଆ ବର୍ଗଙ୍କ ଗଣନା ହୋଇ ନାହିଁ। ଏବେ ଯେଉଁ ତଥ୍ୟ ଅଛି, ତାହ ୯୦ ବର୍ଷ ତଳର । ତେଣୁ ଏହି ବିଲ୍ ପାରିତ ହେବା ପରେ ଏହାକୁ ଐତିହାସିକ ନିଷ୍ପତ୍ତି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।ଫେବ୍ରୁଆରୀ ୧୨ରେ ରାଜ୍ୟ ପଛୁଆ ବର୍ଗ କମିଶନ ଗଠନ ହୋଇଥିଲା।

ତେବେ ଗତକାଲି ବିଧାନସଭାରେ ବିଲ୍ ଆଗତ ପରେ ସ୍ୱଳ୍ପ ସମୟର ଆଲୋଚନା ହୋଇ ସର୍ବସମ୍ମତିକ୍ରମେ ଗୃହର ଅନୁମୋଦନ ଲାଭ କରିଥିଲା । ଏହାକୁ ଏବେ ରାଜ୍ୟପାଳଙ୍କ ଅନୁମୋଦନ ପାଇଁ ପଠାଯିବ।  ତେବେ ବିଲ୍‌କୁ ତରବରିଆ ଭାବେ ପାରିତ କରାଗଲା ବୋଲି ବିରୋଧୀ କଂଗ୍ରେସ ଅଭିଯୋଗ କରିଛି।

ସୂଚନାଯୋଗ୍ୟ, ରାଜ୍ୟ କ୍ୟାବିନେଟ ଜାନୁୟାରୀ ୧୨ତାରିଖରେ ଏକ ସଂକଳ୍ପ ପ୍ରସ୍ତାବ ଆଗତ କରି ରାଜ୍ୟରେ ଓବିସି ଚିହ୍ନଟ ପ୍ରକ୍ରିୟା ନିମନ୍ତେ କେନ୍ଦ୍ର ସରକାରଙ୍କୁ ସୁପାରିସ୍ କରିଥିଲା। ମାତ୍ର ଓବିସି ଚିହ୍ନଟ ପ୍ରକ୍ରିୟା ସମ୍ଭବପର ନୁହେଁ ବୋଲି କେନ୍ଦ୍ର ସରକାର ଦର୍ଶାଇବା ପରେ ରାଜ୍ୟ ସରକାର ବିଧାନସଭାରେ ଆଇନ ସଂଶୋଧନ ମାଧ୍ୟମରେ ନିଜ ତରଫରୁ ଓବିସି ଚିହ୍ନଟ ପ୍ରକ୍ରିୟା କରିବାକୁ ଲକ୍ଷ୍ୟ ରଖିଛନ୍ତି।