ଓଡିଆନ୍ ନ୍ୟୁଜ

177

୮ଟି ଜିଲ୍ଲାର ୨୫ଟି ବ୍ଲକ ଲଘୁଚାପ ବର୍ଷାରେ ପ୍ରଭାବିତ,ଜିଲ୍ଲାପାଳଙ୍କୁ ସତର୍କ ସୂଚନା - ଏସଆରସି ବିଷ୍ଣୁପଦ ସେଠୀ

Team Odian News |

୮ଟି ଜିଲ୍ଲାର ୨୫ଟି ବ୍ଲକ ଲଘୁଚାପ ବର୍ଷାରେ ପ୍ରଭାବିତ,ଜିଲ୍ଲାପାଳଙ୍କୁ ସତର୍କ ସୂଚନା - ଏସଆରସି ବିଷ୍ଣୁପଦ ସେଠୀ
ଭୁବନେଶ୍ୱର,୨୦/୧୦( ଓଡ଼ିଆନ୍‍ ନ୍ୟୁଜ୍‍): ଲଗାଣ ବର୍ଷା ଯୋଗୁଁ ୨୪ ଘଂଟାରେ ୮ଟି ଜିଲ୍ଲାରେ ପ୍ରବଳ ବର୍ଷା ହୋଇଛି । ୮ଟି ଜିଲ୍ଲାର ୨୫ଟି ବ୍ଲକ ଲଘୁଚାପ ବର୍ଷାରେ ପ୍ରଭାବିତ ହୋଇଛି । ସବୁ ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ସୂଚନା ଦିଆଯାଇଛି ଏସଆରସି ବିଷ୍ଣୁପଦ ସେଠୀ କହିଛନ୍ତି । ରାୟଗଡା ଚନ୍ଦ୍ରପୁର ବ୍ଲକର ୨ଟି ଗାଁ ଲୋକେ ଜଳବନ୍ଦୀ ଅଛନ୍ତି । ରିଲିଫ ଓ ଉଦ୍ଧାର କାର୍ୟ୍ୟ ପାଇଁ ସରକାର ପ୍ରସ୍ତୁତ ଥିବା ସେ କହିଛନ୍ତି । ପୁରୀ କଣାସରେ ସର୍ବଧିକ ବର୍ଷା ୨୭୪ ମିଲିମିଟର ବର୍ଷା ରେକର୍ଡ କରାଯାଇଛି ।