ଓଡିଆନ୍ ନ୍ୟୁଜ

229

ପୁଲିସ ସହିଦ ଦିବସ ପାଳିତ, ୨୦୧୬-୧୭ରେ ୩୮୩ ଜଣ ପୁଲିସ କର୍ମୀ ସହିଦ

Team Odian News |

ପୁଲିସ ସହିଦ ଦିବସ ପାଳିତ, ୨୦୧୬-୧୭ରେ ୩୮୩ ଜଣ ପୁଲିସ କର୍ମୀ ସହିଦ 
କଟକ, ୨୧/ ୧୦(ଓଡ଼ିଆନ୍‍ ନ୍ୟୁଜ୍‍): ରାଜ୍ୟର ବିଭିନ୍ନ ସ୍ଥାନରେ ପୁଲିସ ସହିଦ ଦିବସ ପାଳିତ ହୋଇଯାଇଛି । କଟକର ପୁଲିସ ମୁଖ୍ୟାଳୟରେ ପୁଲିସ ଡିଜି ଆରପି ଶର୍ମା, ୫୮ ତମ ପୁଲିସ ସହିଦ ଦିବସ ଅବସରରେ ଅନୁଷ୍ଠିତ ପରେଡର ଅଭିବାଦନ ଗ୍ରହଣ କରିଥିଲେ। ଏହା ସହ ସମାଜରେ ଆଇନ ଶୃଙ୍ଖଳା ପରିସ୍ଥିତରେ ପୁଲିସର ଭୂମିକା ଓ ଏଥିପାଇଁ ବଳିଦାନ ଦେଇଥିବା ପୁଲିସ କର୍ମଚାରୀ ଓ ଅଧିକାରୀଙ୍କ ସ୍ମୃତି ଚାରଣ କରିଥିଲେ। ଏହା ସହ ରାଜ୍ୟରେ ଥିବା ସମସ୍ତ ଜିଲା ମୁଖ୍ୟାଳୟରେ ପୁଲିସ ସହିଦ ଦିବସ ପାଳିତ ହୋଇଯାଇଛି।  ୨୦୧୬-୧୭ରେ କର୍ତ୍ତବ୍ୟ କରୁଥିବା ବେଳେ ୩୮୩ ଜଣ ପୁଲିସ କର୍ମୀ ସହିଦ ହୋଇଛନ୍ତି ।  ବିଏସଏଫର ୫୬ ଓ ଜମ୍ମୁ-କଶ୍ମୀର ପୁଲିସର ୪୨ ଜଣ ପୁଲିସ ଯବାନ ସହିଦ ହୋଇଛନ୍ତି । ସେହିପରି ଦେଶର ବିଭିନ୍ନ ରାଜ୍ୟମାନଙ୍କ ମଧ୍ୟରେ ଉତ୍ତରପ୍ରଦେଶରେ ୭୬,ଛତିଶଗଡରେ ୨୩, ପଶ୍ଚିମବଙ୍ଗରେ ୧୬, ଦିଲ୍ଲୀର ୧୩ ବିହାରରେ ୧୨ ,କର୍ଣ୍ଣାଟକରେ ୧୨ ବିଭିନ୍ନ ପୁଲିସ ବିଭାଗ ମଧ୍ୟରେ ଆଇଟିବିପରେ ୧୧, ସିଆରଏଫ୍‌ର ୪୯ ଓ ସିଆଇଏସ୍‌ଏଫ୍‌ର ୧୩ ଜଣ ପୁଲିସ ଯବାନ କର୍ତ୍ତବ୍ୟ ବେଳେ ସହିଦ ହୋଇଛନ୍ତି ।