ଓଡିଆନ୍ ନ୍ୟୁଜ

189

ମାଓବାଦୀଙ୍କ ବନ୍ଦ ଡାକରା : ଗଜପତି, ରାୟଗଡା, କୋରାପୁଟ, ମାଲକାନଗିରି ଜିଲାରେ ଜୀବଯାତ୍ରା ପ୍ରଭାବିତ

Team Odian News |

 ମାଓବାଦୀଙ୍କ ବନ୍ଦ ଡାକରା : ଗଜପତି, ରାୟଗଡା, କୋରାପୁଟ, ମାଲକାନଗିରି  ଜିଲାରେ  ଜୀବଯାତ୍ରା ପ୍ରଭାବିତ
କୋରାପୁଟ, ୨୧/ ୧୦(ଓଡ଼ିଆନ୍‍ ନ୍ୟୁଜ୍‍): ଶନିବାରରେ ଓଡିଶାରେ ୫ଟି ଜିଲାରେ ମାଓବାଦୀମାନେ ବନ୍ଦ ଡାକରା ଦେଇଛନ୍ତି । ମହାନଦୀର ଉପରମୁଣ୍ଡରେ ଛତିଶଗଡ଼ ପ୍ରକଳ୍ପ ବନ୍ଦ କରିବା ଦାବି, କୁନ୍ଦୁଲି ଗଣବଳାତ୍କାର ଘଟଣାର ଅଭିଯୁକ୍ତମାନଙ୍କୁ ଗିରଫ କରିବା , ଚାଷୀଙ୍କ ସ୍ୱାର୍ଥ ପ୍ରତି ଦୃଷ୍ଟି ଦେବା ପରି ବିଭିନ୍ନ ପ୍ରସଙ୍ଗରେ ମାଓବାଦୀ ମାନେ ଏହି ବନ୍ଦ ଡାକରା ଦେଇଛନ୍ତି । ବନ୍ଦ ଡାକରା ଯୋଗୁଁ ରାଜ୍ୟରେ ଗଜପତି, ରାୟଗଡା, କୋରାପୁଟ,ମାଲକାନଗିରି ପ୍ରଭୃତି ଜିଲାରେ ସାଧାରଣ ଜୀବଯାତ୍ରା ପ୍ରଭାବିତ ହୋଇଛି। ମାଓ ପ୍ରବଣ ଅଞ୍ଚଳରେ ଯାତାୟତ ଏକ ପ୍ରକାର ବନ୍ଦ ରହିଛ। କନ୍ଧମାଳ-କଳାହାଣ୍ଡି ସୀମାନ୍ତରେ ଜଣେ ବ୍ୟକ୍ତିଙ୍କୁ ମାଓବାଦୀମାନେ ପୁଲିସ ସୂଚନା ଦାତା ଅଭିଯୋଗରେ ଗୁଳି ମାରି ହତ୍ୟା କରିଥିବା ସୂଚନା ମିଳିଛି। ମୃତକ ଜଣଙ୍କ ନାମ ମୋହନ ମାଝି ବୋଲି ଜଣା ପଡିଛି। ମୃତ ବ୍ୟକ୍ତି ଜଣଙ୍କ ଗୁମୁଡମାମାହା ଗୁଳିକାଣ୍ଡ ସମୟରେ ଯେଉଁ ଅଟୋରିକ୍ସା ଉପରକୁ ଗୁଳିମାଡ ହୋଇଥିଲା ତାହାର ଚାଳକ ଜନଙ୍କ ବାପା ବୋଲି ଜଣା ପଡିଛି। ମାଓବାଦୀଙ୍କ ବନ୍ଦ ଡାକାରା ଯୋଗୁଁ ମାଲକାନାଗିରି ଓ କୋରାପୁଟର ବିଭିନ୍ନ ଥାନା ଅଞ୍ଚଳରେ ରେଡଆର୍ଲଟ ଜାରି କରାଯାଇଥିବା ବେଳେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି।