ଓଡିଆନ୍ ନ୍ୟୁଜ

116

ଶ୍ରୀଜଗନ୍ନାଥ ଧାମରେ ଗୋ-ନବରାତ୍ର ମହୋତ୍ସବ ଆରମ୍ଭ

Team Odian News |

 ଶ୍ରୀଜଗନ୍ନାଥ ଧାମରେ  ଗୋ-ନବରାତ୍ର ମହୋତ୍ସବ ଆରମ୍ଭ
ପୁରୀ,୨୧ା୧୦( ଓଡ଼ିଆନ୍‍ ନ୍ୟୁଜ୍‍): ଶ୍ରୀଜଗନ୍ନାଥ ଧାମ ପୁରୀ ଠାରେ ଅନ୍ତର୍ଜାତୀୟ ଗୋ-ନବରାତ୍ର ମହୋତ୍ସବ ଆରମ୍ଭ ହୋଇଛି  । ଜଗତ୍‍ଗୁରୁ ଶଙ୍କରାଚାର୍ଯ୍ୟ ଏହି ମହୋତ୍ସବକୁ ଉଦ୍‍ଘାଟନ କରି କରିଛନ୍ତିଯେ, ଗୋ-ବଂଶ ରକ୍ଷା ପାଇଁ କୌଣସି ସରକାର ଚିନ୍ତିତ ନୁହନ୍ତି  । ସେବା, ଉଦ୍ୟୋଗ, ଭୋଜନ, ଆବାସ ଏସବୁ କିଛି ଆମର ନୁହେଁ, ଗାଈ ବେପାର ମଧ୍ୟ ଆମର ନୁହେଁ  । ଗୋ ହତ୍ୟା ହେଉଛି ପୃଥିବୀର ହତ୍ୟା  । ଏହି ଉତ୍ସବରେ କେନ୍ଦ୍ର ମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ ଅତିଥି ଭାବେ ଯୋଗଦେଇ ଯୁଗେ ଯୁଗେ ଗୋ-ବଂଶ ମନୁଷ୍ୟର ରକ୍ଷାକରୀ  ବୋଲି କହିଥିଲେ  ।  ମହୋତ୍ସବ ସମିତିର ସଭାପତି ପରମପୂଜ୍ୟ ପରମହଂସ ପ୍ରଜ୍ଞାନନ୍ଦଜୀ ମହାରାଜଙ୍କ ପରିଚାଳନାରେ ଅନୁଷ୍ଠିତ ଏହି ମହୋତ୍ସବରେ ତ୍ରିଲୋଚନ କାନୁନ୍‍ଗୋ, ଡ଼କ୍ଟର ମନୋରମା ମହାପାତ୍ର, ଡ଼କ୍ଟର ବିମଳେନ୍ଦୁ ମହାନ୍ତି, ସ୍ୱାମୀ ରାମଲୋଚନ ଦାସଜୀ, ସ୍ୱାମୀ ସତ୍ୟପ୍ରଜ୍ଞାନନ୍ଦ ସରସ୍ୱତୀ ମହାରାଜ, ସମ୍ବିତ୍‍ ସୋମଗିରିଜୀ, ଗୋଋଷି ଦତ୍ତଶରଣାନନ୍ଦ, ବୃନ୍ଦାବନ ମହନ୍ତ, ରାେଜେନ୍ଦ୍ର ଦାସ ଏବଂ ସ୍ୱାମୀ ସର୍ମପଣାନନ୍ଦ ଗିରି ପ୍ରମୁଖ ଯୋଗଦେଇଥିଲେ  । ଦୁଇ ହଜାର ଗୋ ପ୍ରେମୀମାନଙ୍କୁ ନେଇ ଶରଧାବାଲିରୁ ସିଂହଦ୍ୱାର ପର୍ଯ୍ୟନ୍ତ ଏକ ନଗର ସଂକୀର୍ତ୍ତନ ସହ ବିରାଟ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା  । ଏହି କାର୍ଯ୍ୟକ୍ରମ ୨୯ ତାରିଖ ପର୍ଯ୍ୟନ୍ତ ଚାଲିବାର କାର୍ଯ୍ୟକ୍ରମ ରହିଛି  । ପ୍ରତ୍ୟେକ ଦିନ ଗୋ ଭାଗବତ, ଗୋ- ସତ୍‍ସଙ୍ଗ, ଗୋ-ଆରତୀ ସହ ଶ୍ରୀକୃଷ୍ଣ ରାସଲୀଳା ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି  । ଭାରତର କୋଣ ଅନୁକୋଣରୁ ଏହି ମହୋତ୍ସବରେ ଗୋ ପ୍ରେମୀଙ୍କ ସହିତ ବ୍ରାଜିଲ୍‍, ଜର୍ମାନୀ, ହଲାଣ୍ଡ ପ୍ରମୁଖ ଦେଶ ମାନଙ୍କରୁ ମଧ୍ୟ ଗୋ ଭକ୍ତମାନେ ଯୋଗଦେଇଛନ୍ତି  ।