ଓଡିଆନ୍ ନ୍ୟୁଜ

127

ବଢ଼ିବ ନୋବେଲ ପୁରସ୍କାର ରାଶି

Team Odian News |

ବଢ଼ିବ ନୋବେଲ ପୁରସ୍କାର ରାଶି
ଷ୍ଟକହୋମ,୨୧ା୧୦( ଓଡ଼ିଆନ୍‍ ନ୍ୟୁଜ୍‍ ଟିମ୍‍):ବିଶ୍ୱର ସର୍ବଶ୍ରେଷ୍ଠ ପୁରସ୍କାର ନୋବେଲର ପୁରସ୍କାର ରାସି ଚଳିତ ବର୍ଷ ୧୨.୫ପ୍ରତିଶତ ବୃଦ୍ଧି ହେବବୋଲି ନୋବେଲ ସଂସ୍ଥା ପକ୍ଷରୁ କୁହାଯାଇଛି । ଗତବର୍ଷ ଗୁଡ଼ିକ ଅପେକ୍ଷା ଚଳିତ ବର୍ଷ ସଂସ୍ଥାର ଓଭରପେଣ୍ଡିଂରେ ଉନ୍ନତି ଆସିଥିବାରୁ ଏହିଭଳି ନିଷ୍ପତି ନିଆଯାଇଥିବାର ସୂଚନା ରହିଛି । ସଂସ୍ଥା ପକ୍ଷରୁ କୁହାଯାଇଛି କି ବିଜ୍ଞାନ, ସାହିତ୍ୟ ଓ ଶାନ୍ତି ପାଇଁ ଦିଆଯାଉଥିବା ୮ମିଲିୟନ ପୁରସ୍କାର ରାସି ବୃଦ୍ଧି ହୋଇ ଚଳିତ ବର୍ଷ ୯ମିଲିୟନ ସ୍ୱଦେଶି କ୍ରାଉନ ପର୍ଯ୍ୟନ୍ତ ବଢାଯିବ । ସଂସ୍ଥାର ଚେୟାରମ୍ୟାନ ର୍କାଲ ହେନରିକ ହେଲ୍ଡେନ ଏହି କଥା ଏକ ସାମ୍ବାଦିକ  ସମ୍ମିଳନୀରେ କହିଛନ୍ତି । ଯେଉଁ ସମୟରେ ଜ୍ଞାନ ଓ ତଥ୍ୟକୁ ନେଇ ଅନେକ ପ୍ରଶ୍ନ ଉଠୁଛି ସେହିଭଳି ଏକ ସଙ୍ଗୀନ ସମୟରେ ନୋବେଲ ପୁରସ୍କାର ବିଜ୍ଞାନ, ମାନବବାଦ ଓ ଅନ୍ତଃରାଷ୍ଟ୍ର ସହଯୋଗିତା ପାଇଁ ଦିଆଯାଉଛି । ବର୍ତମାନର ମୂଲ୍ୟ ଆଗ ଅପେକ୍ଷା ବହୁତ ଅଧିକ ରହିଛି । ୧୯୭୧ ମସିହାରେ ସଂସ୍ଥା ପକ୍ଷରୁ ପୁରସ୍କାର ରାସି ୧୦ମିଲିୟନରୁ କମ୍ କରାଯାଇ ୮ମିଲିୟନ ରଖାଯାଇଥିଲା ଓ ଓଭରପେଣ୍ଡିଂକୁ ସଞ୍ଜୟ କରାଯାଇଥିଲା  । ଏବେ ସ୍ଥିତି ସ୍ଥିର ରହିଥିବାର ଏହିଭଳି ନିଷ୍ପତି ନିଆଯାଇଥିବାର କୁହାଯାଉଛି । ଏହି ପୁରସ୍କାର ପାଇଁ  ମୂଳଧନ ଆଲଫେଡ ନୋବେଲଙ୍କ ଇଛାରେ ଦାନ କରାଯାଇଥିଲା । ପରେ ପରେ ଏଥିରେ ଅନେକ ସଂଶୋଧନ ଆସିଛି ।