ଓଡିଆନ୍ ନ୍ୟୁଜ

97

ମୁମ୍ବାଇ ଫିଲ୍ମ ଫେଷ୍ଟିଭାଲରେ ଓଡ଼ିଆ ଫିଲ୍ମ “ଫର୍ଚ୍ଚା”

Team Odian News |

ମୁମ୍ବାଇ ଫିଲ୍ମ ଫେଷ୍ଟିଭାଲରେ ଓଡ଼ିଆ ଫିଲ୍ମ “ଫର୍ଚ୍ଚା”
ମୁମ୍ବାଇ,୨୧ା୧୦( ଓଡ଼ିଆନ୍‍ ନ୍ୟୁଜ୍‍ ଟିମ୍‍):ଓଡ଼ିଆ ନିର୍ଦ୍ଦେଶକ ସନ୍ତୋଷ ପଣ୍ଡାକ ଦ୍ୱାରା ଶିଶୁ ଅଧିକାର ଉପରେ ନିର୍ମିତ ଫିଲ୍ମ “ସାବାସ୍ ବିଜୁ” ୨୦ତମ ଆନ୍ତର୍ଜାତୀୟ ଶିଶୁ ଚଳଚ୍ଚିତ୍ର ଉତ୍ସବରେ ପ୍ରଦର୍ଶତ ହେବାକୁ  ମନୋନିତ ହେବାପରେ ବାଜିମାରିଛନ୍ତି ଆଉ ଜଣେ ଓଡ଼ିଆ ନିର୍ମାତା । ଯୁବ ନିର୍ମାତା ଓ ନିର୍ଦ୍ଦେଶକ ଶିଶିର ସାହୁଙ୍କ କ୍ଷୁଦ୍ର ଓଡ଼ିଆ ଚଳଚ୍ଚିତ୍ର “ଫର୍ଚ୍ଚା” ବମ୍ବେରେ ହେବାକୁ ଥିବା ୧୯ତମ ମୁମ୍ବାଇ ଫିଲ୍ମ ଫେଷ୍ଟିଭାଲରେ ପ୍ରଦର୍ଶିତ ହେବାକୁ ମନୋନୀତ  ହୋଇଛି । ଗତ ୧୨ ତାରିଖରୁ ସପ୍ତାହବ୍ୟାପୀ ଚାଲିଥିବା ଚଳଚ୍ଚିତ୍ର ମହୋତ୍ସବରେ ଏହି ଫିଲ୍ମଟି ଲାର୍ଜ ଶର୍ଟ ଫିଲ୍ମସ କାଟାଗୋରୀରେ ପ୍ରଦର୍ଶତି ହୋଇଛି । ଏହି ଫିଲ୍ମ ଫେଷ୍ଟିଭାଲରେ ମୋଟ୪୯ରାଷ୍ଟ୍ରରୁ୫୧ଟି ଭାଷାର ୨୨୦ ଫିଲ୍ମ ପ୍ରଦର୍ଶିତ ହେବାକୁ ମନୋନୀତ ହୋଇଥିବାବେଳେ ଓଡ଼ିଆ ଫିଲ୍ମ ସ୍ଥାନ ପାଇବା ଖୁସିର କଥା । ଏହି ଫିଲ୍ମଟିର କାହାଣୀଟି ଓଡ଼ିଶାର ସାମାଜିକ କଥା ଉପରେ ଆଧାରିତ ହୋଇଛି । ଫିଲ୍ମର ପ୍ରଯୋଜନା ପିନାକୀ ସିଂ ରାଜପୁତ କରିଛନ୍ତି ।