ଓଡିଆନ୍ ନ୍ୟୁଜ

133

ବଲାଙ୍ଗିର ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

Team Odian News |

ବଲାଙ୍ଗିର ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ବଲାଙ୍ଗିର,୨୨/୧୦( ଓଡ଼ିଆନ୍‍ ନ୍ୟୁଜ୍‍): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ବଲାଙ୍ଗିର ଗସ୍ତରେ ଆସି ସମ୍ପୂର୍ଣ୍ଣ ହୋଇଥିବା ବିଭିନ୍ନ ପ୍ରକଳ୍ପର ଉଦ୍‌ଘାଟନ କରିବା ସହିତ ୨ଟି ପୋଲର ଶିଳାନ୍ୟାସ କରିଥିଲେ । ମୁଖ୍ୟମନ୍ତ୍ରୀ ମନୋହରପୁର ହେଲିପ୍ୟାଡ୍‌ରେ ଅବତରଣ କରି ସର୍କିର୍ର୍ଟ ହାଉସ ନିକଟରେ ୫୫.୩୬ କୋଟି ଟଙ୍କାରେ ନିର୍ମିର୍ତ ଜଳ ଯୋଗାଣ ପ୍ରକଳ୍ପର ପମ୍ପହାଉସ୍‌ ଉଦ୍‌ଘାଟନ କରିଥିଲେ । ପ୍ରକଳ୍ପ ଉଦ୍‌ଘାଟନୀ କାର୍ୟ୍ୟକ୍ରମରେ ବିରୋଧୀ ଦଳ ନେତା ନରସିଂହ ମିଶ୍ର ମଧ୍ୟ ଉପସ୍ଥିତ ଥିଲେ । ପରେ ମୁଖ୍ୟମନ୍ତ୍ରୀ ବଲାଙ୍ଗିର ଜିଲା ମୁଖ୍ୟ ଚିକିତ୍ସାଳୟ ଠାରେ ନିର୍ମିର୍ତ ହୋଇଥିବା ୧୨୫ ଶଯ୍ୟା ବିଶିଷ୍ଟ ପ୍ରସୂତି ଏବଂ ଶିଶୁ ଡାକ୍ତରଖାନା ଲୋକାର୍ପଣ କରିଥିଲେ । ଆସନ୍ତା ବର୍ଷ ବଲାଙ୍ଗିର ମେଡିକାଲ କଲେଜରେ ନାମ ଲେଖା ପ୍ରକ୍ରିୟା ଆରମ୍ଭ ହେବା ଏକ ପ୍ରକାର ଚୂଡ଼ାନ୍ତ ହୋଇସାରିଛି । ପ୍ରାୟ ୧୬ କୋଟି ଟଙ୍କାରେ ନିର୍ମିର୍ତ ଏହି ଡାକ୍ତରଖାନା ମେଡିକାଲ କଲେଜ ପାଇଁ ସହାୟକ ହେବ ବୋଲି ସୂଚନା ମିଳିଛି । ନବନିର୍ମିର୍ତ ଏମ୍‌ସିଏଚ୍‌ଠାରେ ଅନୁଷ୍ଠିତ ଉଦ୍‌ଘାଟନୀ କାର୍ୟ୍ୟକ୍ରମରେ ପ୍ରାୟ ୨.୭୩ କୋଟି ଟଙ୍କା ବ୍ୟୟରେ ନିର୍ମିତ ବଲାଙ୍ଗିର ସରକାରୀ ମହାବିଦ୍ୟାଳୟର ନୂତନ କୋଠା, ୬.୦୬ କୋଟି ଟଙ୍କା ବ୍ୟୟରେ ମାଧିଆପାଲି ନାଳ ଉପରେ ନିର୍ମିତ ହାଇଲେବୁଲ ସେତୁ, ୫.୨୦ କୋଟି ଟଙ୍କା ବ୍ୟୟରେ ସୋନଗଡ଼ ନଦୀ ଉପରେ ନିର୍ମିତ ହାଇଲେବଲ ସେତୁର ଉଦ୍‌ଘାଟନ କରିଥିଲେ । ଏହା ସହିତ ୫.୨୧ କୋଟି ଟଙ୍କା ବ୍ୟୟରେ ପାଣ୍ଡେଲ ଯୋର ଉପରେ ସେତୁ ନିର୍ମାଣ, ୧୬ କୋଟି ଟଙ୍କା ବ୍ୟୟରେ ଲୋଇସିଂହା ଭରସୁଜା ରାସ୍ତାର ଅଙ୍ଗ ନଦୀ ଉପରେ ହାଇଲେବୁଲ ସେତୁ ନିର୍ମାଣ କାମର ଶିଳାନ୍ୟାସ କରିଥିଲେ । ଏହା ସହିତ ଭିନ୍ନକ୍ଷମ, ଶ୍ରମିକଙ୍କୁ ସାଇକଲ ସହ ବିଭିନ୍ନ ଯୋଜନାରେ ହିତାଧିକାରୀଙ୍କୁ ସହାୟତା ପ୍ରଦାନ କରିଥିଲେ । ଏହି ଅବସରରେ ବଲାଙ୍ଗିର ଜିଲା ପର୍ୟ୍ୟବେକ୍ଷକ ମନ୍ତ୍ରୀ ସୂର୍ୟ୍ୟ ନାରାୟଣ ପାତ୍ର, ରାଜ୍ୟ ନଗର ଉନ୍ନୟନ ମନ୍ତ୍ରୀ ନିରଞ୍ଜନ ପୂଜାରୀ, ଲୋକସଭା ସାଂସଦ କଲିକେଶ ନାରାୟଣ ସିଂଦେଓ, ରାଜ୍ୟସଭା ସାଂସଦ ଅନଙ୍ଗ ଉଦୟ ସିଂଦେଓ ପ୍ରମୁଖ ଉପସ୍ଥିତ ଥିଲେ । ଅନ୍ୟପକ୍ଷରେ ଟ୍ରାଫିକ ସମସ୍ୟା କାରଣରୁ ବିରୋଧି ଦଳ ନେତା ନରସିଂହ ମିଶ୍ର କାର୍ୟ୍ୟକ୍ରମରେ ବିଳମ୍ବରେ ପହଞ୍ôଚଥିଲେ । ତାଙ୍କ ପହଞ୍ଚିବା ପୂର୍ବରୁ ମୁଖ୍ୟମନ୍ତ୍ରୀ ଉଦ୍‌ଘାଟନୀ କାର୍ୟ୍ୟକ୍ରମ ସାରି ଦେଇଥିବା ଦେଖିବାକୁ ମିଳିଥିଲା । ନରସିଂହ ମିଶ୍ରଙ୍କୁ ହେଲିପ୍ୟାଡକୁ ଯିବା ପାଇଁ ପରୋକ୍ଷରେ ବାରଣ କରାଯାଇଥିବା ବେଳେ ପମ୍ପ ହାଉସ ଉଦ୍‌ଘାଟନ ସ୍ଥଳରେ ସେ ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ କରିଥିଲେ । କିନ୍ତୁ ଏମ୍‌ସିଏଚ୍‌ ଉଦ୍‌ଘାଟନ ସ୍ଥଳକୁ କିଭଳି ସେ ପହଞ୍ଚି ନପାରିବେ ତାଙ୍କୁ ଜାଣିଶୁଣି ଟ୍ରାଫିକ ସମସ୍ୟା ଆଳରେ ବିଳମ୍ବ କରାଯାଇଥିବା ସେ ଅଭିଯୋଗ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଫେରିବା ସମୟରେ ଡାକ୍ତରଖାନା ରାସ୍ତାରେ କିଛି ଏବିଭିପି କର୍ମୀ ରାଜେନ୍ଦ୍ର ମହାବିଦ୍ୟାଳୟକୁ ବିଶ୍ୱବିଦ୍ୟାଳୟ ମାନ୍ୟତା ଦାବିରେ ପ୍ଲାକାର୍ଡ ଦେଖାଇବା ସହିତ ମୁଖ୍ୟମନ୍ତ୍ରୀଙ୍କ ଗାଡ଼ିକୁ ଦାବିପତ୍ର ଫିଙ୍ଗିଥିବା ଦେଖିବାକୁ ମିଳିଥିଲା । ବଲାଙ୍ଗିର ସରକାରୀ ମହାବିଦ୍ୟାଳୟର ନୂତନ କୋଠା ନିର୍ମାଣ ହୋଇ ସେଠାରେ ପାଠପଢ଼ା ଆରମ୍ଭ ହୋଇସାରିଥିବା ବେଳେ ଆଜି ମୁଖ୍ୟମନ୍ତ୍ରୀ ଉକ୍ତ କୋଠାକୁ ଉଦ୍‌ଘାଟନ କରିବା କାର୍ୟ୍ୟକ୍ରମକୁ ନିନ୍ଦା କରାଯାଇଛି । ପରେ ସ୍ଥାନୀୟ କୋଶଳ କଲାମଣ୍ଡଳ ପଡ଼ିଆରେ ଅନୁଷ୍ଠିତ ସଭାରେ ମୁଖ୍ୟମନ୍ତ୍ରୀ ଯୋଗ ଦେଇଥିଲେ । ବଲାଙ୍ଗିର ଲୋକସଭା ସାଂସଦ କଲିକେଶ ନାରାୟଣ ସିଂଦେଓଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ୟ୍ୟକ୍ରମରେ ବଲାଙ୍ଗିର ପର୍ୟ୍ୟବେକ୍ଷକ ମନ୍ତ୍ରୀ ସୂର୍ୟ୍ୟନାରାୟଣ ପାତ୍ର, ନଗର ଉନ୍ନୟନ ମନ୍ତ୍ରୀ ନିରଞ୍ଜନ ପୂଜାରୀ, ରାଜ୍ୟସଭା ସାଂସଦ ଅନଙ୍ଗ ଉଦୟ ସିଂଦେଓ, ଲୋଇସିଂହା ବିଧାୟକ ଯୋଗେନ୍ଦ୍ର ବେହେରା, ଟିଟିଲାଗଡ଼ ବିଧାୟିକା ଟୁକୁନୀ ସାହୁ, କଣ୍ଟାବାଞ୍ଜି ବିଧାୟକ ଆୟୁବ ଖାଁ ପ୍ରମୁଖ ଯୋଗ ଦେଇ ମୁଖ୍ୟମନ୍ତ୍ରୀଙ୍କ ସୁଶାସନକୁ ପ୍ରଶଂସା କରିଥିଲେ । ବଲାଙ୍ଗିରର ବିକାଶ ପାଇଁ ପାନୀୟ ଜଳ ପ୍ରକଳ୍ପ, ସ୍ୱାସ୍ଥ୍ୟ ସେବାର ଉନ୍ନତି ସକାଶେ ଏମ୍‌ସିଏଚ୍‌ ଉଦ୍‌ଘାଟିତ ହୋଇଥିବାବେଳେ ବଲାଙ୍ଗିର ଜିଲା ତଥା ରାଜ୍ୟର ବିକାଶ ପ୍ରକ୍ରିୟା ଜାରି ରହିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟାନୟକ କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପୌରାଧ୍ୟକ୍ଷା ସନ୍ତୋଷିନୀ ବେହେରା, ମହିଳା ବିକାଶ ନିଗମ ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର, ନିହାର ରଞ୍ଜନ ବେହେରା, ପ୍ରକୃତି କୁମାରୀ ସିଂଦେଓ, ହରେକୃଷ୍ଣ ଷଡ଼ଙ୍ଗୀ, ବନମାଳି ଖମାରୀ, ଗୋଲାପ ବାଗ ପ୍ରମୁଖ ମଞ୍ଚାସୀନ ଥିଲେ । ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ସମୟରେ ପୁଲିସ ୫୦ବିଜେପି ଓ ୪ କଂଗ୍ରେସ କର୍ମୀଙ୍କୁ ଅଟକ ରଖିଥିବା ଜଣାପଡିଛି ।