ଓଡିଆନ୍ ନ୍ୟୁଜ

95

ଭାରତ ଏସିଆ କପ ହକି ଚାମ୍ପିଅନ୍‌

Team Odian News |

ଭାରତ ଏସିଆ କପ ହକି ଚାମ୍ପିଅନ୍‌
ଢାକା,୨୨/୧୦( ଓଡ଼ିଆନ୍‍ ନ୍ୟୁଜ୍‍): ବାଂଲାଦେଶରେ ଆୟୋଜିତ ଏସିଆ କପ ହକି ଫାଇନାଲ ମ୍ୟାଚରେ ଭାରତ ଚାମ୍ପିଅନ  ହୋଇଛି। ମାଲେସିଆକୁ ୨-୧ ଗୋଲରେ ପରାସ୍ତ କରି ଭାରତ ଏହି କପର ବିଜେତା ହୋଇଛି। ତୃତୀୟ ଥର ପାଇଁ ଭାରତ ଏସିଆ କପ ହକିର  ଚାମ୍ପିଅନ ହୋଇଛି।  ୨୦୦୩ ଓ ୨୦୦୭ରେ ଭାରତି ଏହି କପ ଜିତିଥିଲା। ଢାକାରେ ଚାଲିଥିବା ମ୍ୟାଚରେ ଭାରତ ମାଲେସିଆକୁ ୨-୧ ଗୋଲରେ ପରାସ୍ତ କରିଛି। ଭାରତ ପକ୍ଷରୁ ରମଣଦୀପ ସିଂ ଓ ଲଳିତ ଉପାଧ୍ୟାୟ ଗୋଲ କରିଥିଲେ। ମାଲେସିଆର ଶାହରିଲ ଶାବାହ ଏକ ମାତ୍ର ଗୋଲ କରିବାରେ ସକ୍ଷମ ହୋଇଥିଲେ। ଭାରତର ଆକାଶଦୀପ ସିଂଙ୍କୁ ମ୍ୟାନ ଅଫ ଦି ମ୍ୟାଚ ଘୋଷଣା କରାଯାଇଛି।