ଓଡିଆନ୍ ନ୍ୟୁଜ

141

ସିବିଏସ୍ଇ ଢାଞ୍ଚାରେ ହେବ ଯୁକ୍ତ୨ ପରୀକ୍ଷା

Team Odian News |

ସିବିଏସ୍ଇ ଢାଞ୍ଚାରେ ହେବ ଯୁକ୍ତ୨ ପରୀକ୍ଷା
ଭୁବନେଶ୍ୱର,୨୩ା୧୦( ଓଡ଼ିଆନ୍‍ ନ୍ୟୁଜ୍‍):ରାଜ୍ୟରେ ମାର୍ଚ୍ଚ ପ୍ରଥମ ସପ୍ତାହରୁ ଯୁକ୍ତ ୨ ପରୀକ୍ଷା ଆରମ୍ଭ ହେବାକୁ ଯାଉଥିବା ବେଳେ ଜାନୁୟାରି ୧୯ରୁ ପ୍ରାକ୍ଟିକାଲ ପରୀକ୍ଷା ଅନୁଷ୍ଠିତ ହେବ । ଏଥିପାଇଁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇଯାଇଛି । ଚଳିତ ବର୍ଷ ପ୍ରଥମଥର କରି ରାଜ୍ୟରେ ସିବିଏସ୍ଇ ଢାଞ୍ଚାରେ ପ୍ରସ୍ତୁତ ହୋଇଥିବା ପାଠ୍ୟକ୍ରମ ଅନୁଯାୟୀ ପରୀକ୍ଷା ଦେବେ ଛାତ୍ରଛାତ୍ରୀ । ଏହି ଢାଞ୍ଚାରେ  ପ୍ରଶ୍ନପତ୍ର ମଧ୍ୟ ପ୍ରସ୍ତୁତ ହେଉଛି । ନୂତନ ପାଠ୍ୟକ୍ରମ ଅନୁଯାୟୀ ପିଲାମାନେ ପରୀକ୍ଷା ଦେବାକୁ ଯାଉଥିବା ବେଳେ  ପ୍ରଶ୍ନପତ୍ର କିଭଳି ରହିବ ତାହାକୁ ନେଇ ଛାତ୍ରଛାତ୍ରୀ ଚିନ୍ତାରେ ରହିଛନ୍ତି  । ହେଲେ  ପରିଷଦ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ ନୂତନ ପାଠ୍ୟକ୍ରମ ଅନୁଯାୟୀ ପ୍ରଶ୍ନପତ୍ର ଆସିବ । କିନ୍ତୁ ଢାଞ୍ଚାରେ ପରିବର୍ତ୍ତନ ହେବନାହିଁ । ୨୦୧୬-୧୭ ଶିକ୍ଷାବର୍ଷରେ ଯୁକ୍ତ୨ରେ ନାମ ଲେଖାଇଥିବା ଛାତ୍ରଛାତ୍ରୀଙ୍କଠାରୁ ନୂତନ ପାଠ୍ୟକ୍ରମ ଆରମ୍ଭ ହୋଇଥିବା ବେଳେ ସର୍ବଭାରତୀୟ ପରୀକ୍ଷାରେ ରାଜ୍ୟର ପିଲାମାନେ କିପରି ଭଲ କରିବେ ତାହାକୁ ଲକ୍ଷ୍ୟ କରି ସିବିଏସ୍ଇ ପାଠ୍ୟକ୍ରମ ଢାଞ୍ଚାରେ ସିଲାବସ ତିଆରି ହୋଇଛି । ଏଥିରେ ସଂକ୍ଷିପ୍ତ ପ୍ରଶ୍ନ ଉତ୍ତର ଉପରେ ଅଧିକ ଗୁରୁତ୍ୱ ଦିଆଯାଇଥିଲା । ୭୦ ପ୍ରତିଶତ ପ୍ରଶ୍ନ ସଂକ୍ଷିପ୍ତ ରହିଥିବା ବେଳେ ୩୦ପ୍ରତିଶତ ଦୀର୍ଘ ଉତ୍ତରମୂଳକ ପ୍ରଶ୍ନ ରହିବ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ କୁହାଯାଇଛି ।