ଓଡିଆନ୍ ନ୍ୟୁଜ

135

ପିଲାଙ୍କ ଡ଼ିଏନ୍ଏ କ୍ଷତିର କାରଣ ବାୟୁ ପ୍ରଦୂଷଣ!

Team Odian News |

ପିଲାଙ୍କ ଡ଼ିଏନ୍ଏ କ୍ଷତିର କାରଣ ବାୟୁ ପ୍ରଦୂଷଣ!
କାଲିଫର୍ନିୟ,୨୧ା୧୦( ଓଡ଼ିଆନ୍‍ ନ୍ୟୁଜ୍‍ ଟିମ୍‍):କାଲିଫର୍ନିୟ ବିଶ୍ୱବିଦ୍ୟାଳୟ ଦ୍ୱାରା ଏହି ନିକଟରେ କରାଯାଇଥିବା ଏକ ଗବେଷଣାରୁ ଜଣା ପଡ଼ିଛି ଯେ ପିଲାଙ୍କା ଡ଼ିଏନ୍ଏ କ୍ଷତିର ବିପଦ ବାୟୁ ପ୍ରଦୁର୍ଷଣ ପାଇଁ ବୃଦ୍ଧି ଘଟୁଥିବାର ଜଣା ପଡ଼ିଛି । ଏହି ଗବେଷଣାରୁ ଜଣାପଡ଼ିଛି ଯେ ଗମନାଗମନ ସମୟରେ ପ୍ରଦୂଷଣ ବାୟୁ ସଂସ୍ପର୍ଶରେ ଆସିବା ଦ୍ୱାରା ପିଲାଙ୍କ ଡ଼ିଏନ୍ଏ ଅଧିକ କ୍ଷତିଗ୍ରସ୍ତ ହୋଇଥାଏ ।  ଏହିକାରଣରୁ ଟେଲୋମେରି ଛୋଟ ହେବାସହ ଡ଼ିଏନ୍ଏ ହାନିକୁ ବାୟୋମାର୍କର ଭାବରେ ବ୍ୟବହାର କରାଯାଇପାରେ । ଟେଲୋମେରି ଛୋଟ ହେବାସହ ବାୟୁ ପ୍ରଦୂଷଣ ଓ ପରିବେଷ ପ୍ରଦୂଷଣର ଅନେକ କାରଣ ମଧ୍ୟରୁ ସାଧାରଣ ଲୋକ ହେଉଛନ୍ତି ଅନ୍ୟତମ ବୋଲି ଏହି ଗବେଷଣାରୁ ଜଣା ପଡ଼ିଛି । ଗବେଷଣାଟି କାଲିଫର୍ନିଆରେ ରହୁଥିବା ୧୪ଜଣ ପିଲା ଓ ବୟସ୍କଙ୍କୁ ନେଇ କରାଯାଇଥିବାବେଳେ ପିଏଏଚ ଓ ଟେଲୋମେରେସକୁ ଛୋଟକରିବା ମଧ୍ୟରେ ଥିବା ସଂପର୍କ ମୂଲ୍ୟାଙ୍କନ କରାଯାଇଥିଲା । ପିଏଏଚ୍ ସ୍ତର ବୃଦ୍ଧି ହେବା ସଙ୍ଗେ ସଙ୍ଗେ ଟେଲୋମୋରିର ଲମ୍ବା ଛୋଟ ହେବାକୁ ଲାଗିଥିବାର ଏହି ଗବେଷଣାରୁ ଜଣା ପଡ଼ିଥିଲା । ଏହାସହ ଆସ୍ଥମା ପିଲାମାନେ ପିଏଏଚ୍ର ପ୍ରଥମରେ ରହିଥିବା ବେଳେ ଯେଉଁମାନଙ୍କର ଆସ୍ଥମା ନଥିଲା ସେମାନେ ତଳସ୍ତରରେ ଥିଲେ ।