ଓଡିଆନ୍ ନ୍ୟୁଜ

164

ମହୁ ମହୋଷଧି, ସ୍ୱାସ୍ଥ୍ୟ ପାଇଁ ରସାମୃତ

Team Odian News |

ମହୁ ମହୋଷଧି, ସ୍ୱାସ୍ଥ୍ୟ ପାଇଁ  ରସାମୃତ 
ଭୁବନେଶ୍ୱର,୨୧ା୧୦( ଓଡ଼ିଆନ୍‍ ନ୍ୟୁଜ୍‍ ଟିମ୍‍): ସ୍ୱାସ୍ଥ୍ୟ ପାଇଁ ମହୁ ଗୋଟିଏ ଅମୃତ ବୋଲି କହିଲେ ଭୁଲ ହେବ ନାହିଁ । ଶରୀରକୁ  ସୁସ୍ଥ ରଖିବାଠାରୁ ଆରମ୍ଭ କରି ତୋଚାକୁ ସୁନ୍ଦର କରିବା ପାଇଁ ଏଥିରେ ଭରି ରହିଥାଏ ଅନେକ ଉପକାରି ତତ୍ୱ ।  ଏହାକୁ ସାଧାରଣତଃ ଘରମାନଙ୍କରେ ଖାଦ୍ୟ ତିଆରି ବା ଥଣ୍ଡାଜ୍ୱର ପାଇଁ କାହିଁ କେତେକାଳରୁ ବ୍ୟବହାର କରାଯାଉଥିଲା । ସମୟ ସହ ମହୁର ବ୍ୟବହାର ମଧ୍ୟ ବଢିବାରେ ଲାଗିଛି । ଏହାର ବ୍ୟବହାର କ୍ଷେତ୍ର ମଧ୍ୟ  ବଢିଛି । କେଇ ଟୋପା ମହୁ ବଦଳାଇ ଦିଏ ଆମ ଜୀବନ ଯୌବନ....
-ନିୟମିତ ଭାବେ ସକାଳୁ ଖାଲିପେଟରେ କେଇ ବୁନ୍ଦା ମହୁ ଖାଇବା ଦ୍ୱାରା ପାଚନ କ୍ରିୟା ଠିକ ରହିବା ସହ ଅଲସର ସମସ୍ୟା ଦୁର ହୋଇଥାଏ ।
-ଅନେକ ସମୟରେ ଅମ୍ଳ ବା ଅଧିକ ଖାଦ୍ୟ ଖାଇବା କାରଣରୁ ଅଶ୍ୱାଭାବିକ ଅନୁଭବ କରୁଥିଲେ ମହୁ,ଲେମ୍ବୁ ଓ ଅଦା ରସର ମିଶ୍ରଣ କରି ପିଇ ନିଅନ୍ତୁ ଅଳ୍ପ ସମୟ ମଧ୍ୟରେ ଏହି ସମସ୍ୟାରୁ ଉପସମ ମିଳିପାରିବ ।
-ଏହାସହ ମହୁ ଏକ ପ୍ରକୃତିକ ପ୍ୟକ ଭଳି ମଧ୍ୟ କେଶ ଓ ତ୍ୱଚାର ସୁନ୍ଦରତା ଆଣିବାରେ ସହାୟକ ହୋଇଥାଏ । ଶିତ ଦିନରେ ତ୍ୱଚା ଶୁସ୍କ ଓ ମଳିନ ପଡ଼ିଯାଇଥିଲେ କିଛି ବୁନ୍ଦା ମହୁକୁ ଗାଧୋଇ ଯିବା ପୂର୍ବରୁ ମୁହଁ ଓ ବେକରେ ମାଲିସ କରନ୍ତୁ  । ଏହାପରେ ୧୫ମନିଟି ସେହିଭଳି ରଖି ତାହାକୁ ସାଧା ପାଣିରେ ଧୋଇ ଦିଅନ୍ତୁ ଦେଖିବେ ଆପଣଙ୍କ ତ୍ୱଚା ଉଜ୍ୱଳ ଦିଶିବ । ଏହାସହ ଆପଣ ତ୍ୱଚାର ଉଜ୍ୱଳତା ପାଇଁ ମହୁ ଓ ଲେମ୍ବୁରସର ବ୍ୟବହାର କରିପାରିବେ ମଧ୍ୟ ।
-ସେହିଭଳି ମଧୁମେୟ ରୋଗୀଙ୍କୁ ମିଠା ମନାହୋଇଥିଲେ ମଧ୍ୟ ମହୁ ସେମାନଙ୍କ ପାଇଁ ବହୁ ଉପକାରି ହୋଇଥାଏ । ମଧୁମେୟ ରୋଗିଙ୍କ ପାଇଁ ଏହା ଏକ ମହୋସଧି କହିଲେ ଭୁଲ ହେବନି । ମହୁର ସେବନ ଦ୍ୱାରା ରକ୍ତସରକରା ସନ୍ତୁଳନ ଠିକ୍ ରହିଥାଏ । ଏହାସହ ଇନ୍ସୁଲିନ୍ ସ୍ତର ବୃଦ୍ଧି ହେବା ସହ ହାଇପରଗ୍ଲେସେମିୟା କମ ହୋଇଥାଏ । ମହୁ ସେବନର କିଛି ମାସ ଭିତରେ ରକ୍ତସରକାର ସନ୍ତୁଳିତ ଅବସ୍ଥାକୁ ଆସି ଯାଇଥାଏ ।
-ଯେଉଁମାନଙ୍କୁ ଠିକରେ ନିଦ ହେଉନଥାଏ ସେହି ବ୍ୟକ୍ତିମାନେ ମହୁର ବ୍ୟବହାର ଦ୍ୱାରା ଲାଭ ପାଇ ପାରିବେ । ସୋଇବା ପୂର୍ବରୁ ଗୋଟେ ଗ୍ଲାସ ଗରମ କ୍ଷୀର ସହ ଏକଚାମଚ ମହୁ ମିଶାଇ ପିଅନ୍ତୁ ସୁନିଦ୍ରା ହେବ ।
ଏହାବ୍ୟତିତ ମହୁର ଅନେକ ପ୍ରକାର ବ୍ୟବହାର ରହିଛି ମହୁ କ୍ୟାଲେଷ୍ଟୋର କମକରିବାରେ ସହାୟ ହେବା ସହ ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବଢାଇଥାଏ ।