ଓଡିଆନ୍ ନ୍ୟୁଜ

134

ବୃହତ୍ତ ପାଦ ଚିହ୍ନ, ରେକର୍ଡରେ ବ୍ରହ୍ମପୁର ୧୭ଶହ ଛାତ୍ରଛାତ୍ରୀ

Team Odian News |

ବୃହତ୍ତ ପାଦ ଚିହ୍ନ, ରେକର୍ଡରେ ବ୍ରହ୍ମପୁର ୧୭ଶହ ଛାତ୍ରଛାତ୍ରୀ 
 ବ୍ରହ୍ମପୁର,୨୪/୧୦( ଓଡ଼ିଆନ୍‍ ନ୍ୟୁଜ୍‍): ବହ୍ମପୁର ଏସିଆ ବୁକ୍ ଏବଂ ଇଣ୍ଡିଆ ବୁକ୍ ଅଫ ରେକର୍ଡରେ ସ୍ଥାନିତ ହୋଇଛି । ବିଶ୍ୱ ପୋଲିଓ ଦବସ ଅବସରରେ ରୋଟାରୀ କ୍ଳବ୍ ପକ୍ଷରୁ ଏକ ଅଭିନବ ପ୍ରୟାସ କରାଯାଇଥିଲା। ପ୍ରାୟ ୧୭ଶହ ଛାତ୍ରଛାତ୍ରୀ ୩୪ ମିନିଟ୍ ପଯ୍ୟନ୍ତ ଏକ ବୃହତ୍ତ ପାଦ ଚିହ୍ନ ସଦୃଶ ଛିଡା ହୋଇଥିଲେ। ଏପରି କରିବା ଦ୍ବାରା ସେମାନେ ବିଶ୍ୱକୁ ସମ୍ପୂର୍ଣ୍ଣ ଭାବେ ପୋଲିଓ ମୁକ୍ତ କରିବା ପାଇଁ ବାର୍ତ୍ତା ଦେଇଥିଲେ। ବ୍ରହ୍ମପୁରର ସେଣ୍ଟ୍ ଭିନସେଣ୍ଟ୍, ଡିପିଏସ ଏବଂ ବେଦବ୍ୟାସ କଲେଜ ଛାତ୍ରଛାତ୍ରୀମାନେ ପାଦ ଚିହ୍ନ ଆକାରରେ ଛିଡା ହୋଇ ଏହି କୀର୍ତ୍ତିମାନ ଅର୍ଜନ କରିଛନ୍ତି।