ଓଡିଆନ୍ ନ୍ୟୁଜ

151

ଦେଶର ସର୍ବବୃହତ ରାଜପଥ ପ୍ରକଳ୍ପ ଭାରତମାଳା ପ୍ରକଳ୍ପକୁ କ୍ୟାବିନେଟର ମଞ୍ଜୁରୀ

Team Odian News |

ଦେଶର ସର୍ବବୃହତ ରାଜପଥ ପ୍ରକଳ୍ପ ଭାରତମାଳା ପ୍ରକଳ୍ପକୁ କ୍ୟାବିନେଟର ମଞ୍ଜୁରୀ 
ନୂଆଦିଲ୍ଲୀ ,୨୩ା୧୦( ଓଡ଼ିଆନ୍‍ ନ୍ୟୁଜ୍‍ ): ଭାରତମାଳା ପ୍ରକଳ୍ପର ପ୍ରଥମ ପର୍ୟ୍ୟାୟକୁ କ୍ୟାବିନେଟର ମଞ୍ଜୁରୀ ମିଳିଯାଇଛି । ଦେଶର ସର୍ବବୃହତ ରାଜପଥ ପ୍ରକଳ୍ପ ଅନ୍ତର୍ଗତ ଆଗାମୀ ୫ ବର୍ଷରେ ପ୍ରାୟ ୮୩ ହଜାର କିଲୋମିଟର ରାଜପଥ ନିର୍ମାଣ କରାଯିବାକୁ ଯୋଜନା କରାଯାଇଛି । ପ୍ରକଳ୍ପ ମୁତାବକ ଏହାର ପ୍ରଥମ ପର୍ୟ୍ୟାୟରେ ୨୪୮୦୦ କିଲୋମିଟର ଜାତୀୟ ରାଜପଥ ନିର୍ମାଣ କରାଯିବ । ସେଥିପାଇଁ ଆଗାମୀ ୩-୬ ମାସ ମଧ୍ୟରେ ଟେଣ୍ଡର ଆହ୍ୱାନ କରାଯିବ ବୋଲି କୁହାଯାଇଛି । ୨୦୧୮ ଆର୍ଥିକ ବର୍ଷରେ ୪୫୦୦ କିଲୋମିଟର ରାଜପଥ ନିର୍ମାଣ ପାଇଁ ଠିକା ଦିଆଯିବ । ଏହି ପ୍ରକଳ୍ପରେ ପ୍ରତିବର୍ଷ ୭୦୦୦-୧୦୦୦୦ କିଲୋମିଟର ରାଜପଥ ନିର୍ମାଣ ପାଇଁ ଲକ୍ଷ୍ୟ ରଖାଯାଇଛି । ଏହି ପ୍ରକଳ୍ପ ପାଇଁ ଆବଶ୍ୟକ ଥିବା ବ୍ୟୟ ଅଟକଳରୁ ୨୦ ପ୍ରତିଶତ ଅର୍ଥ କେନ୍ଦ୍ର ସରକାର ବହନ କରିବେ । ପ୍ରକଳ୍ପର ପ୍ରଥମ ପର୍ୟ୍ୟାୟ ମୁତାବକ ଏଥିପାଇଁ ୩.୫ ଲକ୍ଷ କୋଟି ନିବେଶ କରାଯିବ ଏବଂ ସେଥିପାଇଁ ସ୍ୱତନ୍ତ୍ର ଭାବରେ ୪୪ଟି ଅର୍ଥନୈତିକ କରିଡର ପ୍ରସ୍ତୁତ କରାଯିବ । ପ୍ରଥମେ ୨୦ଟି କରିଡର କାମ ଆରମ୍ଭ କରାଯିବ । ମାଲ ପରିବହନ ପାଇଁ ସ୍ୱତନ୍ତ୍ର ଭାବରେ ୪ ଲେନ୍‌ ବିଶିଷ୍ଟ ରାଜପଥ ନିର୍ମାଣ କରାଯିବାର ଯୋଜନା ମଧ୍ୟ ରହିଛି ।