ଓଡିଆନ୍ ନ୍ୟୁଜ

174

ପୁରୀରେ ୧୨ ଘଣ୍ଟିଆ ବନ୍ଦ, ଆଇନଜୀବୀ ଲକ୍ଷ୍ମୀଧର ମହାପାତ୍ରଙ୍କୁ ହତ୍ୟା ପ୍ରତିବାଦ

Team Odian News |

ପୁରୀରେ ୧୨ ଘଣ୍ଟିଆ ବନ୍ଦ, ଆଇନଜୀବୀ ଲକ୍ଷ୍ମୀଧର ମହାପାତ୍ରଙ୍କୁ ହତ୍ୟା ପ୍ରତିବାଦ 
ପୁରୀ ,୨୩ା୧୦( ଓଡ଼ିଆନ୍‍ ନ୍ୟୁଜ୍‍ ): ଆଇନଜୀବୀ ଲକ୍ଷ୍ମୀଧର ମହାପାତ୍ରଙ୍କୁ ହତ୍ୟା ପ୍ରତିବାଦରେ ଜିଲା ଓକିଲ ସଂଘ ମଙ୍ଗଳବାର ପୁରୀ ବନ୍ଦ ଡାକରା ଦେଇଛି । ସକାଳ ୬ଟାରୁ ଦିନ ୧୨ଟା ଯାଏଁ ବନ୍ଦ ପାଳନ କରାଯିବ ବୋଲି ସଭାପତି ବିଜୟ କୁମାର ମିଶ୍ର ସୂଚନା ଦେଇଛନ୍ତି । ଏହାର ପ୍ରଭାବରେ ବସ୍ ଚଳାଚଳ ବନ୍ଦ ରହିବା ସହ ଅଟୋରିକ୍ସା, ବ୍ୟାଙ୍କ, ଡାକଘର, ସରକାରୀ କାର୍ୟ୍ୟାଳୟ ଏବଂ ଦୋକାନବଜାର ବନ୍ଦ ରହିଛି । ଏହି ବନ୍ଦ ଡାକରାକୁ କଂଗ୍ରେସ ଓ ବିଜେପି ଦଳ ସମର୍ଥନ ଜଣାଇଛନ୍ତି । ପୁରୀରେ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ୟ୍ୟସ୍ତ ହୋଇ ପଡ଼ିଥିବା ଯୋଗୁଁ ଜିଲା ଏସପି ଓ  ଜିଲାପାଳଙ୍କ ଇସ୍ତଫା ଦାବି କରାଯାଇଛି।  
ସୂଚନାଯୋଗ୍ୟ, ସହରର ଜନଗହଳିପୂର୍ଣ୍ଣ ଡାକ୍ତରଖାନା ଛକରେ ଆଇନଜୀବୀ ଲକ୍ଷ୍ମୀଧର ମହାପାତ୍ରଙ୍କୁ କେତେକ ଦୁର୍ବୃତ୍ତ ବୁଧବାର ରାତିରେ ଲୁହାଛଡ଼ରେ ପିଟି ହତ୍ୟା କରିଥିଲେ । ପୁଲିସ ଅଧିକାରୀ ଏବଂ ଅପରାଧୀଙ୍କ ମଧ୍ୟରେ ଭିତିରି ସମ୍ପର୍କ ଯୋଗୁଁ ଅସାମାଜିକ କାର୍ୟ୍ୟକଳାପ ବୃଦ୍ଧି ପାଉଥିବା ନେଇ ଜିଲା ଓକିଲ ସଂଘ ପକ୍ଷରୁ ଅଭିଯୋଗ ହୋଇଛି ।