ଓଡିଆନ୍ ନ୍ୟୁଜ

155

ଓଡିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟର ପ୍ରଥମ ସମାବର୍ତ୍ତନ ଉତ୍ସବ ।

Team Odian News |

ଓଡିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟର  ପ୍ରଥମ ସମାବର୍ତ୍ତନ ଉତ୍ସବ 

ସମ୍ବଲପୁର,୨୪|୧୦( ଓଡ଼ିଆନ୍‍ ନ୍ୟୁଜ୍‍ ): ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ୱ ବିଦ୍ୟାଳୟ, ସମ୍ବଲପୁରର ପ୍ରଥମ ସମାବର୍ତ୍ତନ ଉତ୍ସବ ଆଜି ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇ ଯାଇଛି । ମୁଖ୍ୟ ଅତିଥି ଭାବେ ଓଡ଼ିଶା ସ୍କିଲ ଡ଼େଭଲେପମେଣ୍ଟ ଅଥରିଟିର ଅଧ୍ୟକ୍ଷ ସୁବ୍ରତ ବାଗଚୀ ଯୋଗଦାନ କରି ମୁକ୍ତ ବିଶ୍ୱବିଦ୍ୟାଳୟ ର ପ୍ରାସଙ୍ଗିକତା ଓ ଲକ୍ଷ୍ୟ ଉପରେ ଆଲୋକପାତ କରିଥିଲେ ।  ବିଶ୍ୱ ବିଦ୍ୟାଳୟର କୁଳପତି  ଡ଼କ୍ଟର ଶ୍ରୀକାନ୍ତ ମହାପାତ୍ର ଏବଂ ଢ଼େଙ୍କାନାଲ ଆଇଆଇଏମ୍‍ସିର ମୁଖ୍ୟ ପ୍ରଫେସର ମୃଣାଳ ଚାର୍ଟାଜୀ ପ୍ରମୁଖ ଉପସ୍ଥିତ ରହି ଗୋଲ୍ଡ ମେଡ଼ାଲିଷ୍ଟ  ମାନଙ୍କୁ ସମ୍ମାନିତ କରିଥିଲେ । ମୋଟ ଦଶ ଜଣ ଗୋଲ୍ଡ ମେଡ଼ାଲିଷ୍ଟଙ୍କ  ମଧ୍ୟରୁ ନଅ  ଜଣ ଉପସ୍ଥିତ ରହି ଗୋଲ୍ଡ ମେଡ଼ାଲ ଓ ମାନପତ୍ର ଗ୍ରହଣ  କରିଥିଲେ । ସାଇବର ସିକ୍ୟୁରିଟି ଡ଼ିପ୍ଲୋମାରେ ଓଡ଼ିଶାର ଯୁବ ସାଇବର ଇଞ୍ଜିନିୟର ସୌରେନ୍ଦ୍ର ପ୍ରସାଦ ଗେରୁଙ୍କୁ ଗୋଲ୍ଡ ମେଡ଼ାଲ ପ୍ରଦାନ କରାଯାଇଛି  । ବର୍ତ୍ତମାନ ରାଜ୍ୟରେ ସାଇବର ଅପରାଧ ବଢ଼ୁଥିବା ବେଳେ ସାଇବର ସିକ୍ୟୁରିଟି ଏକ ଗୁରୁତ୍ୱପୂର୍ଣ୍ଣ ବିଭାଗ ଭାବେ ଅବର୍ତ୍ତିର୍ଣ୍ଣ ହୋଇଛି  ।ଆଜିର  ଡ଼ିଜିଟାଲ ସମୟରେ ନିଶ୍ଚିନ୍ତ ଭାବେ  ସାଇବର ସିକ୍ୟୁରିଟି ପାଠ୍ୟକ୍ରମ ଏକ  ଉଜ୍ଜଳ ସମ୍ଭାବନା ର  ଆଶା ପୋଷଣ କରୁଛି  । ପ୍ରକାଶ ଥାଉକି ଏହି ପ୍ରଥମ ସମାବର୍ତ୍ତନ ଉତ୍ସବରେ ଓଡ଼ିଶା ମାନ୍ୟବର ରାଜ୍ୟପାଳ ଏସ୍‍ସି ଜମିର  ଯୋଗଦେବାର କାର୍ଯ୍ୟକ୍ରମ ରହିଥିଲେ ମଧ୍ୟ ତାଙ୍କର ଅସୁସ୍ଥତା କାରଣରୁ ତାହାକୁ ଶେଷ ମୁହୂର୍ତ୍ତରେ ବାତିଲ କରିଦିଆଯାଇଥିଲା   ।