ଓଡିଆନ୍ ନ୍ୟୁଜ

93

ରାଜ୍ୟସ୍ତରୀୟ ରାଜକନିକା କପ୍ ଫୁଟବଲ: କିଶୋର କ୍ଲବ ଚମ୍ପିୟନ

Team Odian News |

ରାଜ୍ୟସ୍ତରୀୟ ରାଜକନିକା କପ୍ ଫୁଟବଲ: କିଶୋର କ୍ଲବ ଚମ୍ପିୟନ
କେନ୍ଦ୍ରାପଡ଼ା,୨୬ା୧୦(ଓଡ଼ିଆନ୍‍ ନ୍ୟୁଜ୍‍): କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଆଥ୍ଲେଟିକ୍ ଆସୋସିଏସନ୍ ଆନୁକୂଲ୍ୟରେ ଆୟୋଜିତ ରାଜ୍ୟସ୍ତରୀୟ ରାଜକନିକା କପ୍ ଫୁଟ୍ବଲ ଟୁର୍ଣ୍ଣାମେଣ୍ଟର ଆଜି ଫାଇନାଲ ମ୍ୟାଚରେ କିଶୋର କ୍ଲବ, ଭୁବନେଶ୍ୱର ଟ୍ରାଇବ୍ରେକର ଜରିଆରେ ୩-୧ ଗୋଲ ବ୍ୟବଧାନରେ ମଙ୍ଗଳା କ୍ଲବ, କଟକକୁ ହରାଇ ଚମ୍ପିୟନ ହୋଇଛି । ଆର୍‍ ଏନ୍‍ ହାଇସ୍କୁଲ ଷ୍ଟାଡିୟମରେ ଆୟୋଜିତ ଏହି ଟୁର୍ଣ୍ଣାମେଣ୍ଟରେ  ଅନୁଷ୍ଠିତ ଚିତାକର୍ଷକ ମ୍ୟାଚ୍ଟି ଗୋଲ ଶୂନ୍ୟଭାବେ ଶେଷ ହେବାରୁ ଟ୍ରାଇବ୍ରେକର ଜରିଆରେ କିଶୋର କ୍ଲବ, ଭୁବନେଶ୍ୱର ବିଜୟୀ ହୋଇଛି । ଆସୋସିଏସନର ସଭାପତି ପୂର୍ବତନ ବିଧାୟକ ଦୋଳଗୋବିନ୍ଦ ନାୟକ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍ୟାପନୀ ଉତ୍ସବରେ ସମ୍ପାଦକ ଅଜୟ କୁମାର ନାୟକ ବିବରଣୀ ପାଠ ସହିତ ଅତିଥି ପରିଚୟ ପ୍ରଦାନ କରିଥିଲେ । ମୁଖ୍ୟଅତିଥି ଭାବେ ବିଧାୟକ ଦେବେନ୍ଦ୍ର ଶର୍ମା, ମୁଖ୍ୟବକ୍ତା ଭାବେ ବ୍ୟାଙ୍କ ଅଫ୍ ଇଣ୍ଡିଆ କର୍ମ·ରୀ ସଂଘର ସଭାପତି ଦଶରଥ ସେନାପତି, ସମ୍ମାନିତ ଅତିଥିଭାବେ ଶିକ୍ଷାବିତ୍ ଧିରେନ୍ କୁମାର ବାରିକ୍, ବିଶିକେଷନ ଦାସ ପ୍ରମୁଖ ଯୋଗ ଦେଇଥିଲେ । ଚମ୍ପିୟନ କିଶୋର କ୍ଲବକୁ ମୁଖ୍ୟଅତିଥି ଚାମ୍ପିୟନ ଟ୍ରଫି ସହ ୧୫ହଜାର ଟଙ୍କା ପ୍ରଦାନ କରିଥିବାବେଳେ, ରନର୍ସଅପ ମଙ୍ଗଳା କ୍ଲବକୁ ଟ୍ରଫି ସହିତ ୧୦ହଜାର ଟଙ୍କା ପ୍ରଦାନ କରିଥିଲେ  । “ଗୁରୁ ବ୍ରଦର୍ସ” ମୁମ୍ବାଇ ତରଫରୁ ଟୁର୍ଣ୍ଣାମେଣ୍ଟର ଶ୍ରେଷ୍ଠ ଖେଳାଳୀ ମଙ୍ଗଳା କ୍ଲବର ସଂଜୟ ସାହୁ, ମ୍ୟାଚର ଶ୍ରେଷ୍ଠ ଖେଳାଳୀଭାବେ କିଶୋର କ୍ଲବର ଗୋଲ ରକ୍ଷକ ଅଜୟ ଖାଡ଼ିଆ, ଶ୍ରେଷ୍ଠ ଫରୱାଡ଼ ଭାବେ କିଶୋର କ୍ଳବର ଚିତ୍ତରଂଜନ ପ୍ରଧାନ, ଶ୍ରେଷ୍ଠ ରକ୍ଷଣଭାଗ ଖେଳାଳୀଭାବେ ମଙ୍ଗଳ କ୍ଲବର ଜୟନ୍ତ ରାଉତ, ମଧ୍ୟଭାଗ ଖେଳାଳୀ ଭାବେ ସନ୍ତୋଷ ଚୌଧୁରୀଙ୍କୁ ଟ୍ରଫି ସହ ଅର୍ଥ ପୁରସ୍କାର ପ୍ରଦାନ କରାଯିବା ସହ ଉଭୟ ଦଳଙ୍କୁ ଜର୍ସି ପ୍ରଦାନ କରାଯାଇଥିଲା । ଆଜିର ମ୍ୟାଚକୁ ସୁଜିତ୍ କୁମାର ପାତ୍ର, ସୁବ୍ରତ ପୁରୋହିତ, କାର୍ତ୍ତିକ ଦାଶ, ଭୋଳାନାଥ ମହାକୁଡ଼, ଶରତ କୁମାର ଜେନା ଓ ପ୍ରହଲ୍ଲାଦ ଜେନା ଖେଳ ପରି·ଳନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଆସୋସିଏସନର ଉପଦେଷ୍ଟା କପିଳେନ୍ଦ୍ର ମଲ୍ଲିକ୍, ଯୁଗ୍ମ ସମ୍ପାଦକ ଆଦିକନ୍ଦ ଦାସ, ଇଂ ପ୍ରଶାନ୍ତ ବିଶ୍ୱାଳ, ସହ ସମ୍ପାଦକ ଶୁଭ୍ରାଂଶୁ ସୂତାର ପ୍ରମୁଖ ଉପସ୍ଥିତ ଥିଲେ ।  କୃଷ୍ଣ ଚନ୍ଦ୍ର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।