ଓଡିଆନ୍ ନ୍ୟୁଜ

12

ମୁଖ୍ୟମନ୍ତ୍ରୀ ଆରମ୍ଭ କଲେ ମୋ ଜୀବନ’ କାର୍ଯ୍ୟକ୍ରମ

Team Odian News |

ଭୁବନେଶ୍ବର:  କରୋନା ମୁକାବିଲା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ବିଭିନ୍ନ ଅପିଲ୍ କରୁଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ କରୋନା ମୁକାବିଲା ନେଇ ଗୁରୁତ୍ବପୂର୍ଣ୍ଣ ବାର୍ତ୍ତା ଦେଇଛନ୍ତି। ସେ ପରିବାରର ସୁରକ୍ଷା ଲାଗି ଲୋକଙ୍କୁ ଘରୁ ନ ବାହାରିବାକୁ ପରାମର୍ଶ ଦେଇଛନ୍ତି। ଏହାକୁ ଆ‌ଧାର କରି ସେ ଏକ ନୂଆ କା‌ର୍ଯ୍ୟକ୍ରମ- ମୋ ଜୀବନ’ ଆରମ୍ଭ କରିଛନ୍ତି। ଏହି କା‌ର୍ଯ୍ୟକ୍ରମ ଅନୁସାରେ ପ୍ରତି ଓଡ଼ିଶାବାସୀ ଘରୁ ନ ବାହାରିବାକୁ ବ୍ୟକ୍ତିଗତ ସ୍ତରରେ ପ୍ରତିଦିନ ଶପଥ ଗ୍ରହଣ କରିବେ।ସେହି ପରିପ୍ରେକ୍ଷୀରେ ମଙ୍ଗଳବାର କରୋନା ମୁକାବିଲା ନେଇ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ଗୁରୁତ୍ବପୂର୍ଣ୍ଣ ବାର୍ତ୍ତା ଦେଇଛନ୍ତି।ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ସମସ୍ତେ କରୋନା ଭାଇରସ୍ ସଂପର୍କରେ ଅବଗତ ଅଛନ୍ତି । ଏହି ଭାଇରସ୍ ଚୀନ୍ ରେ ଥିଲା । ଆମେରିକା, ୟୁରୋପରେ ଥିଲା । ପରେ ଇରାନ୍ ରେ ପହଞ୍ଚିଲା । ଦିଲ୍ଲୀରେ ମଧ୍ୟ ପହଞ୍ଚିଲା । ଏବେ ଆମ ଘର ନିକଟରେ ପହଞ୍ଚିଲାଣି । ଆମ ଭଲ ପାଇଁ, ଆମ ପରିବାରର ଭଲ ପାଇଁ ଏହି ଭାଇରସ୍ କୁ ଆମେ ଘରେ ପସାଇବା ନାହିଁ । ସେଥିପାଇଁ ଏହି ଲକ୍ ଡାଉନ୍ କରାଯାଇଛି । ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି ଯେ, ଗତ ୨୦ ବର୍ଷର ସେବା ଭିତରେ ମୁଁ ଯାହା ଅନୁରୋଧ କରିଛି ତାହା ଆପଣମାନେ ରଖିଛନ୍ତି । ଆପଣମାନେ ସବୁ ଅନୁରୋଧକୁ ପାଳନ କରୁଛନ୍ତି । ତେବେ ଏବେ ମୁଁ ଆପଣମାନଙ୍କ ନିକଟରେ ଯେଉଁ ଅନୁରୋଧ ରଖୁଛି ତାହା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ । ମୁଖ୍ୟମନ୍ତ୍ରୀ ପରିବାରର ସୁରକ୍ଷା ଲାଗି ଲୋକଙ୍କୁ ଘରୁ ନ ବାହାରିବାକୁ ପରାମର୍ଶ ଦେଇଛନ୍ତି। ସେ ଏକ ନୂଆ କା‌ର୍ଯ୍ୟକ୍ରମ ‘ମୋ ଜୀବନ’ ଆରମ୍ଭ କରିଛନ୍ତି। ଏହି କା‌ର୍ଯ୍ୟକ୍ରମ ଅନୁସାରେ ପ୍ରତି ଓଡିଶାବାସୀ ଘରୁ ନ ବାହାରିବାକୁ ବ୍ୟକ୍ତିଗତ ସ୍ତରରେ ପ୍ରତିଦିନ ଶପଥ ଗ୍ରହଣ କରିବେ ବୋଲି ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି ।