ଓଡିଆନ୍ ନ୍ୟୁଜ

137

୧ ତାରିଖରୁ ରାଜ୍ୟବ୍ୟାପୀ ବସ୍‌ ଧର୍ମଘଟ ଡାକରା

Team Odian News |

୧ ତାରିଖରୁ ରାଜ୍ୟବ୍ୟାପୀ ବସ୍‌ ଧର୍ମଘଟ ଡାକରା
ଭୁବନେଶ୍ୱର,୨୬ା୧୦( ଓଡ଼ିଆନ୍‍ ନ୍ୟୁଜ୍‍ ): ଦାବି ପୂରଣ ନେଇ ରାଜ୍ୟ ଘରୋଇ ବସ୍‌ ମାଲିକ ସଂଘ ପକ୍ଷରୁ ଦିଆଯାଇ ଥିବା ରାଜ୍ୟବ୍ୟାପୀ ବସ୍‌ ଧର୍ମଘଟ ଡାକରା ନିଷ୍ପତ୍ତିରେ ଅଟଳ ରହିଛି । ସରକାର ଦାବି ପୂରଣ ଦିଗରେ ଆଗ୍ରହ ପ୍ରକାଶ କରୁନଥିବା ପରିପ୍ରେକ୍ଷୀରେ ଆସନ୍ତା ୧ ତାରିଖରୁ ରାଜ୍ୟ ତମାମ ୧୭ ହଜାର ବସ୍‌ ଅଟକି ରହିବ । ବୁଧବାର ଏଠାରେ ସଂଘର ସଭାପତି ପ୍ରକାଶ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜରୁରୀ ସାଧାରଣ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ସଂଘ ପକ୍ଷରୁ କୁହାଯାଇଛି ଯେ ୧୧ ଦଫା ଦାବି ସମ୍ବଳିତ ସ୍ମାରକପତ୍ର ରାଜ୍ୟ ସରକାରଙ୍କୁ ପ୍ରଦାନ କରାଯାଇଥିଲା । ଏହାପରେ ୧୮ ତାରିଖରେ ପରିବହନ ମନ୍ତ୍ରୀ ଦାବି ପୂରଣ ନେଇ ସଂଘର କର୍ମକର୍ତ୍ତାଙ୍କୁ ପ୍ରତିଶ୍ରୁତି ଦେଇଥିଲେ । ଇତିମଧ୍ୟରେ ଦାବି ପୂରଣ ପାଇଁ ସରକାର କୌଣସି ଠୋସ୍‌ ପଦକ୍ଷେପ ନେଇନଥିବା ସଂଘର କର୍ମକର୍ତ୍ତା ଆଜିର ବୈଠକରେ ଅଭିଯୋଗ କରିଥିଲେ । ତେଣୁ ଚଳିତ ମାସ ୩୧ ତାରିଖ ସୁଦ୍ଧା ୧୧ଦଫା ଦାବି ପୂରଣ ପାଇଁ ସରକାର ପଦକ୍ଷେପ ନନେଲେ ଆସନ୍ତା ନଭେମ୍ବର ୧ରୁ ରାଜ୍ୟର ସମସ୍ତ ବସ୍‌ ଅନିର୍ଦିଷ୍ଟ କାଳ ପାଇଁ ବନ୍ଦ ରହିବ ବୋଲି ସଂଘର ମୁଖପାତ୍ର ଦେବାଶିଷ ନାୟକ କହିଛନ୍ତି । ଆଜିର ବୈଠକରେ ରାଜ୍ୟର ସମସ୍ତ ଜିଲା ଘରୋଇ ବସ୍‌ ମାଲିକ ସଂଘର କର୍ମକର୍ତ୍ତା ଯୋଗ ଦେଇଥିଲେ ।