ଓଡିଆନ୍ ନ୍ୟୁଜ

185

ସେଲ୍ଫି ନେବା କାଳ ହେଲା, ୨ ଯୁବତୀଙ୍କ ଜୀବନ ଗଲା

Team Odian News |

ସେଲ୍ଫି ନେବା କାଳ ହେଲା,  ୨ ଯୁବତୀଙ୍କ ଜୀବନ ଗଲା
ରାୟଗଡା ,୨୬ା୧୦( ଓଡ଼ିଆନ୍‍ ନ୍ୟୁଜ୍‍ ): ବିପଜ୍ଜନକ ଅବସ୍ଥାରେ ମୋବାଇଲରେ ସେଲ୍ଫି ନେବା କାଳ ହୋଇଛି । ନଦୀ କୂଳରେ ସେଲ୍ଫି ନେବା ବେଳେ ଦୁଇ ଜଣ ଯୁବତୀଙ୍କ ମୃତ୍ୟୁ ହୋଇଛି । ଏଭଳି ହୃଦୟ ବିଦାରକ ଘଟଣା ଘଟିଛି ରାୟଗଡା ଜିଲ୍ଲାରେ । ଏଠାରେ ନାଗାବଳୀ ନଦୀ କୂଳରେ ସେଲ୍ଫି ନେଉଥିବା ବେଳେ ୨ ଜଣ ଯୁବତୀଙ୍କ ମୃତ୍ୟୁ ହୋଇଛି । ପ୍ରାପ୍ତ ସୂଚନା ମୁତାବକ,ସୀମାନ୍ତ ବିଶାଖାପାଟଣାରୁ ରାୟଗଡାର ମଝିଘରିଆଣୀ ଦେବୀଙ୍କ ଦର୍ଶନ ପାଇଁ ୯ ଜଣ ମହିଳା ରାୟଗଡା ଆସିଥିଲେ । ଦର୍ଶନ ସାରିବା ପରେ ସେମାନେ ନାଗାବଳି ନଦୀ ଝୁଲା ପୋଲ ବୁଲିବାକୁ ଯାଇଥିଲେ । ତେବେ ସେଠାରେ ସେଲ୍ଫି ଉଠାଇବା ବେଳେ ଏ.ଜ୍ୟୋତି ଏବଂ ଏସ.ଏସ ଦେବୀ ନାମକ ଦୁଇ ଯୁବତୀ ହଠାତ୍‌ ନାଗାବଳୀ ନଦୀ ପାଣିରେ ପଡିଯାଇଥିଲେ । ଏନେଇ ପୂର୍ବତନ କାଉନସିଲର ବାଲକୁଣ୍ଡା ପ୍ରକାଶ ସାଙ୍ଗେସାଙ୍ଗେ ଅଗ୍ନିଶମ ବିଭାଗକୁ ସୂଚନା ଦେଇଥିଲେ । ଏହାପରେ ଅଗ୍ନି ନିର୍ବାପକ ଅଧିକାରୀ ପ୍ରଦୀପ କୁମାର ବେହେରାଙ୍କ ନେତୃତ୍ୱରେ ୧୫ ଜଣିଆ ଦଳ ନଦୀରେ ଖୋଜାଖୋଜି କରିବା ପରେ ଦୁଇ ମୃତଦେହକୁ ଉଦ୍ଧାର କରିଥିଲେ । ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ପୁଲିସ ସେଠାରେ ପହଞ୍ଚି ଅଧିକ ତଦନ୍ତ ଆରମ୍ଭ କରିଛି ।