ଓଡିଆନ୍ ନ୍ୟୁଜ

160

ଆଇସିୟୁରେ ଜଗା-ବଳିଆ ସ୍ୱାସ୍ଥ୍ୟବସ୍ଥା ସ୍ଥିର

Team Odian News |

 ଆଇସିୟୁରେ ଜଗା-ବଳିଆ ସ୍ୱାସ୍ଥ୍ୟବସ୍ଥା ସ୍ଥିର 
ନୂଆଦିଲ୍ଲୀ ,୨୭୧୦( ଓଡ଼ିଆନ୍‍ ନ୍ୟୁଜ୍‍ ): କନ୍ଧମାଳ ଜିଲ୍ଲାର ଯୋଡାମୁଣ୍ଡ ଶିଶୁ ଜଗା-ବଳିଆ ଅସ୍ତ୍ରୋପଚାର ପରେ ଅଲଗା ହୋଇଛନ୍ତି । ବୁଧବାର ସକାଳ ୯ଟାରେ ଏଥିପାଇଁ ଅସ୍ତ୍ରୋପଚାର ଆରମ୍ଭ ହୋଇଥିବା ବେଳେ ରାତି ପ୍ରାୟ ୮.୪୫ ମିନିଟରେ ଦୁଇ ଶିଶୁଙ୍କ ମୁଣ୍ଡକୁ ଅଲଗା କରାଯାଇଥିଲା । ଅସ୍ତ୍ରୋପଚାର ପରେ ସେମାନଙ୍କୁ ବର୍ତ୍ତମାନ ଆଇସିୟୁରେ ରଖାଯାଇଛି । ଏନେଇ ଗୁରୁବାର ଦିଲ୍ଲୀ ଏମ୍ସ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଥିଲା । ଜଗା-ବଳିଆଙ୍କ ଏହି ଅସ୍ତ୍ରୋପଚାର ପାଇଁ ୨୦ ଜଣିଆ ଡାକ୍ତରୀ ଦଳ ସହ ୧୦ ଜଣିଆ ନିଶ୍ଚେତକ ଡାକ୍ତରୀ ଦଳ ଅକ୍ଳାନ୍ତ ପରିଶ୍ରମ କରିଥିଲେ । ତେବେ ଅସ୍ତ୍ରୋପଚାର ପରେ ଶିଶୁଙ୍କ ମୁଣ୍ଡ କିମ୍ବା ଖପୁରୀ ନଥିବାରୁ ଡାକ୍ତର ମାନଙ୍କୁ ଅଧିକ ପରିଶ୍ରମ କରିବାକୁ ପଡିଥିଲା । ଏଥିପାଇଁ ପ୍ଲାଷ୍ଟିକ ସର୍ଜରୀ ବିଶେଷଜ୍ଞ ମାନେ ବିଶେଷ ଧ୍ୟାନ ରଖିଥିଲେ ଏବଂ ସମସ୍ତ ଜିନିଷକୁ କୃତ୍ରିମ ଭାବରେ ସୃଷ୍ଟି କରାଯାଇଥିଲା । ତେବେ ଆଗାମୀ ୭୨ ଘଣ୍ଟା ପାଇଁ ଉଭୟ ଜଗା-ବଳିଆଙ୍କୁ ପର୍ୟ୍ୟବେକ୍ଷଣ ପାଇଁ ରଖାଯାଇଛି ବୋଲି ନ୍ୟୁରୋ ସର୍ଜନ ତଥା ଓଡିଆ ଡାକ୍ତର ଅଶୋକ ମହାପାତ୍ର ସୂଚନା ଦେଇଥିଲେ । ଏହି ଅସ୍ତ୍ରୋପଚାର ଏକ ଦଳଗତ ଚାଲେଞ୍ଜ ଥିଲା ବୋଲି ସେ କହିଛନ୍ତି । ଅସ୍ତ୍ରୋପଚାର ପରେ ଉଭୟଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଥିଲେ ମଧ୍ୟ ଆଗାମୀ ୧୫ ଦିନ ଅନେକ ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଛନ୍ତି । ତେବେ ଜଗା ଅପେକ୍ଷା ବଳିଆର ସ୍ୱାସ୍ଥ୍ୟବସ୍ଥା ସାମାନ୍ୟ ଉନ୍ନତ ରହିଛି ବୋଲି ସୂଚନା ରହିଛି । ଅପରପକ୍ଷେ ଜଗା-ବଳିଆଙ୍କ ଆଶୁ ଆରୋଗ୍ୟ କାମନା ସହ ସୁସ୍ଥ,ଦୀର୍ଘ ନିରାମୟ ଜୀବନ ପାଇଁ ସାରା ରାଜ୍ୟରେ ଲୋକେ ପୂଜାର୍ଚ୍ଚନାରେ ଲାଗି ପଡିଛନ୍ତି ।