ଓଡିଆନ୍ ନ୍ୟୁଜ

133

ନୂଆ ପଦ୍ଧତିରେ ହେବ ମୌସୁମୀ ଅନୁଧ୍ୟାନ ।

Team Odian News |

ନୂଆ ପଦ୍ଧତିରେ ହେବ ମୌସୁମୀ ଅନୁଧ୍ୟାନ  । 
ଆମେରିକା,୨୭ା୧୦( ଓଡ଼ିଆନ୍‍ ନ୍ୟୁଜ୍‍ ଟିମ୍‍):ଭାରତୀୟ ମୌସୁମୀ ଉପରେ ଅଧ୍ୟୟନ କରିବା ପାଇଁ ଆମେରିକୀୟ ବୈଜ୍ଞାନିକମାନେ ଏକ ଅଭିନବ ପଦ୍ଧତି ଆବିଷ୍କାର କରିଛନ୍ତି । ଏହାଦ୍ୱାରା ଭାରତୀୟ ଗ୍ରୀଷ୍ମ ମୌସୁମୀର ଆଗମନ ପ୍ରତ୍ୟାବର୍ତ୍ତନ ଏବଂ ଏହାର ସକ୍ରିୟତା ବିଷୟରେ ସଠିକ୍ଭାବରେ ତର୍ଜମା କରାଯାଇ ପାରିବ । ଭାରତୀୟ ମୌସୁମୀ ଏକ ବିଶାଳ ପାଣିପାଗ ବ୍ୟବସ୍ଥା ହୋଇଥିବା ବେଳେ ଏହାଦ୍ୱାରା ବାର୍ଷିକ କୋଟି କୋଟି ଲୋକ ପ୍ରଭାବିତ ହୋଇଥାଆନ୍ତି । ଭାରତରେ ମୌସୁମୀର ସଠିକ୍ ଅନୁମାନ ପାଇଁ ବହୁ ବର୍ଷ ହେଲା ବୈଜ୍ଞାନିକମାନଙ୍କୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଥିଲା ଏବେ ଏହି ସମସ୍ୟା ଦୂର ହେବାର ଆଶା ଉପୁଜିଛି । ଆମେରିକା ପ୍ଲୋରିଡ଼ା ଷ୍ଟେଟ୍ ୟୁନିଭର୍ସିଟି ଦ୍ୱାରା ୧୦୫ବର୍ଷର ତଥ୍ୟକୁ ନେଇ ଭାରତୀୟ ମୌସୁମୀ ଉପରେ ଅଧ୍ୟୟନ କରାଯାଇଛି । ଏହି ପଦ୍ଧତି ଭାରତୀୟ ମୌସୁମୀ ପୂର୍ବାନୁମାନକୁ ବିଫଳ ପ୍ରମାଣିତ କରିବ ନାହିଁ ବୋଲି ବିଶ୍ୱ ବିଦ୍ୟାଳୟର ସହଯୋଗୀ ଅଧ୍ୟାପକ ବାସୁ ମିଶ୍ର କହିଛନ୍ତି । ଏହାଦ୍ୱାରା କେରଳ ସମେତ ଭାରତର ଦକ୍ଷିଣ ରାଜ୍ୟଗୁଡ଼ିକରେ ମୌସୁମୀର ଗତିବିଧି ଉପରେ ବିଶେଷ ନଜର ରଖାଯିବ । ।