ଓଡିଆନ୍ ନ୍ୟୁଜ

148

ଚିଙ୍ଗୁଡ଼ିଘେରି ଉଚ୍ଛେଦ ଦାବି; ୨ୟଦିନରେ ପହଞ୍ଚିଲା ଅନଶନ, ଅନଶନକାରୀ ଚିଠିରେ ହତ୍ୟା ଧମକ

Team Odian News |

ଚିଙ୍ଗୁଡ଼ିଘେରି ଉଚ୍ଛେଦ ଦାବି; ୨ୟଦିନରେ ପହଞ୍ଚିଲା ଅନଶନ, ଅନଶନକାରୀ ଚିଠିରେ ହତ୍ୟା ଧମକ
ରାଜକନିକା,୨୭ା୧୦( ଓଡ଼ିଆନ୍‍ ନ୍ୟୁଜ୍‍ ): ରାଜକନିକା ବ୍ଳକ୍‍ ଅନ୍ତର୍ଗତ ପୂର୍ବକନିକା ଅଞ୍ଚଳରେ ଚିଙ୍ଗୁଡ଼ିଘେରି  ଉଚ୍ଛେଦ ଦାବିରେ କନିକା ତହସିଲ କାର୍ଯ୍ୟାଳୟ ଆରମ୍ଭ ହୋଇଥିବା ଆମରଣ ଅନଶନ ୨ୟ ଦିନରେ ପହଞ୍ଚିଛି  । ହେଲେ ଅନଶନର ନେତୃତ୍ୱ ନେଉଥିବା ଯୁବନେତା କୃତ୍ତିବାସ ଦାସଙ୍କ ଘର ଠିକଣାରେ ତାଙ୍କୁ ହତ୍ୟା କରିବା ନେଇ ଏକ ବେନାମୀ ଚିଠି ମାଧ୍ୟରେ ଧମକ ଦିଆଯାଇଥିବାର ଜଣାପଡିଛି  ।  ଏହି ଘଟଣା ଜଣାପଡ଼ିବା ପରେ ଅନଶନକାରୀଙ୍କ ପ୍ରତି ବିପଦ ରହିଥିବାର ଆଶଙ୍କା କରାଯାଇଛି  । ରବିବାର ଅନଶନକୁ ସମର୍ଥନ ଜଣାଇ ନାରିନେତ୍ରୀ ପ୍ରମିଳା ସମାଲ  ଶତାଧିକ ମହିଳାମାନଙ୍କୁ ନେଇ ଅନଶନସ୍ଥଳରେ ବସିରହିଥିଲେ  । ଅନଶନକୁ ନେତୃତ୍ୱ ନେଉଥିବା ଶ୍ରୀଦାସଙ୍କୁ ଚିଠିରେ ହତ୍ୟା ଧମକ ଘଟଣାକୁ ନିନ୍ଦା କରିବା ସହିତ ପୁଲିସ ଉଚ୍ଚ ଅଧିକାରୀଙ୍କୁ ଅବଗତ କରିଥିବାର ଜଣାପଡ଼ିଛି  । ନାରିନେତ୍ରୀ ପ୍ରମିଳା ଦାସ, ବାସନ୍ତୀ ପଣ୍ଡା, କଲ୍ୟାଣୀ ଦାସ, ଲିଲିମା ଦାସ, କୃଷକ ନେତା ଦାମୋଦର ଧଳ, କାଳୀପ୍ରସାଦ ନାୟକ, ପଦ୍ମଚରଣ ମହାନ୍ତି, ବିଶ୍ୱନାଥ ତରାଇ ପ୍ରମୁଖ ସମର୍ଥନ ଜଣାଇ ବସିରହିଥିଲେ  ।  ଆଜି ବିଜେପି ନେତା ବ୍ରଜସୁନ୍ଦର ଭୂୟାଁ ମଧ୍ୟ ଅନଶନସ୍ଥଳରେ ପହଞ୍ଚି ଅନଶନକାରୀଙ୍କ ସହିତ ଆଲୋଚନା କରିଛନ୍ତି  । ଏହା ସହିତ ଜିଲାପାଳଙ୍କ  ଦୃଷ୍ଟି ଆକର୍ଷଣ କରିବା ନେଇ କହିଛନ୍ତି  । ପ୍ରକାଶଥାଉକି ରାଜକନିକା ବ୍ଲକ୍‍ ପୂର୍ବକନିକା ଅଞ୍ଚଳରେ ଚିଙ୍ଗୁଡ଼ିଘେରି ପାଇଁ ଚାଷୀମାନଙ୍କ ଜୀବନ ଜୀବିକା ଉପରେ ପ୍ରଭାବ ପଡ଼ୁଛି  । ଏହି କାରଣରୁ ଚାଷୀମାନେ ହତାସ ହୋଇପଡ଼ିଛନ୍ତି  । ଜୟନଗର, କୋଇଲିପୁର, ବରାଡ଼ିଆ, ତ୍ରୈଲୋକ୍ୟପୁର ଏବଂ କାଟଣାବଣିଆଁ ଗ୍ରାମପଞ୍ଚାୟତରେ ସାଧାରଣ ଲୋକମାନେ ତ୍ରାହି ତ୍ରାହି ଡ଼ିକିଲେଣି  । ପରିବେଶ ନଷ୍ଟ ହେଉଥିବା ବେଳେ ଚାଷ ଉଜୁଡ଼ିଗଲାଣି  । ହେଲେ ପ୍ରଶାସନର ନିଦ ଭାଙ୍ଗୁ ନାହିଁ  । ଏହି କାରଣରୁ ଶନିବାର ଠାରୁ  କନିକାତହସିଲ ଆଗରେ  କୃତ୍ତିବାସ ଦାସ, ଭରତ ଚନ୍ଦ୍ର ସେଠୀ, ସନାତନ ମହାନ୍ତି, କ୍ଷୀରୋଦ କୁମାର ରାଉତ, ପ୍ରମୋଦ କୁମାର ବାରିକ, ବସନ୍ତ ଲେଙ୍କା, ବୈଲୋଚନ ରାଉତ, ରଞ୍ଜନ କୁମାର ବେହେରା ଏବଂ ଶୁଶକ ମଲିକ ଆମରଣ ଅନଶନରେ ବସିରହିଛନ୍ତି  । ଏହି ଅନଶନକୁ ସମର୍ଥନ ଜଣାଇ ବିଭିନ୍ନ ସଂଗଠନ ପକ୍ଷରୁ ମଧ୍ୟ ଗଣଧାରଣା ଦିଆଯାଉଛି  ।