ଓଡିଆନ୍ ନ୍ୟୁଜ

136

ପ୍ରତାପ ଦେବଙ୍କୁ ଟାର୍ଗେଟ କଲେ, ଧର୍ମେନ୍ଦ୍ର । ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା ପାଇଁ ମୋ ବିରୁଦ୍ଧରେ କହୁଛନ୍ତି ବୟାନ

Team Odian News |

ପ୍ରତାପ ଦେବଙ୍କୁ ଟାର୍ଗେଟ କଲେ, ଧର୍ମେନ୍ଦ୍ର  । ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା ପାଇଁ ମୋ ବିରୁଦ୍ଧରେ କହୁଛନ୍ତି ବୟାନ 

ପଟ୍ଟାମୁଣ୍ଡାଇ,୨୯ା୧୦( ଓଡ଼ିଆନ୍‍ ନ୍ୟୁଜ୍‍ ): ପଟ୍ଟାମୁଣ୍ଡାଇ ଠାରେ ବିଜେପିର ମିଶ୍ରଣପର୍ବରେ କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ ବିଜେଡ଼ତର ମୁଖପାତ୍ର ତଥା ସାଂସଦ ପ୍ରତାପ ଦେବଙ୍କୁ ଟାରଗେର୍ଟ କରିଛନ୍ତି  ।  ଶ୍ରୀପ୍ରଧାନ କହିଥିଲେଯେ, ସାଂସଦ ଶ୍ରୀଦେବ ତୃତୀୟ ମହଲା ତଥା ମୁଖ୍ୟମନ୍ତ୍ରୀଙ୍କ ଠାରୁ ପ୍ରଶଂସା ଶୁଣିବା ପାଇଁ ଏବେ କିଛି ଦିନ ହେବ ମୋ ବିରୁଦ୍ଧରେ ବୟାନବାଜି କରୁଛନ୍ତି  । ହେଲେ ତାଙ୍କ ପିତା ସ୍ୱର୍ଗତ ଶରତ କୁମାର ଦେବ ଅଞ୍ଚଳର ବିକାଶ କଥା ଚାହୁଁଥିଲେ  । ହେଲେ ଏବେ ଆଳି ଅଞ୍ଚଳ ଏବେ ସର୍ବାଧିକ ଅବହେଳି ହୋଇପଡ଼ିଛି  । ସେ ଏବେ କେନ୍ଦ୍ର ସରକାରଙ୍କୁ ହିସାବ ମାଗୁଛନ୍ତି  । ସେହିଭଳି ରାଜନଗରର ପୂର୍ବତନ ଲୋକପ୍ରିୟ ମନ୍ତ୍ରୀ ନଳିନୀ ମହାନ୍ତିଙ୍କ ସ୍ମୃତି ବଖାଣି ସେ କହିଥିଲେଯେ, ଉପକୂଳ ରାଜପଥ ପାଇଁ ସ୍ୱର୍ଗତ ମହାନ୍ତି କେନ୍ଦ୍ର ସରକାରଙ୍କ ନିକଟରେ ଗୁହାରି କରିଥିଲେ  । ହେଲେ ସରକାର ଗୁରୁତ୍ୱ ଦେଇନଥିଲେ  । ହେଲେକେନ୍ଦ୍ର ସରକାର ଗତ ସପ୍ତାହରେ ୫ଶହ କିଲୋମିଟର ଦୀର୍ଘ ଉପକୂଳ ଜାତୀୟ ରାଜପଥ ପାଇଁ ୭ଶହ କୋଟିର ଅର୍ଥ ବରାଦ କରିଛନ୍ତି  । ଆସନ୍ତା ଜାନୁୟାରୀରେ ପ୍ରଧାନମନ୍ତ୍ରୀ ଏହି ପ୍ରକଳ୍ପର ଶୁଭ ଦେବେ  । ଏହା ସହିତ ପଟ୍ଟାମୁଣ୍ଡାଇ ଅଞ୍ଚଳର ପାଣିପାଇପ୍‍ ମିସ୍ତ୍ରୀ ମାନଙ୍କୁ ଅର୍ନ୍ତରାଷ୍ଟ୍ରୀୟ ପ୍ରଶିକ୍ଷଇ ଦେଇ ବିଦେଶ ପଠାଇ ଅଞ୍ଚଳକୁ ସମୃଦ୍ଧ କରିବାର ପ୍ରତିଶୃତି ଦେଇଥିଲେ  । ଏହି ମିଶ୍ରଣ ପର୍ବରେ ପ୍ରାୟ ୨୦ ହଜାରରୁ ଅଧିକ କର୍ମୀ ଯୋଗଦେଇଥିଲେ  । ବିଜେପି ସଭାପତି ଦୁର୍ଯ୍ୟେଧନ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ମିଶ୍ରଣପର୍ବରେ ପୂର୍ବତନ ମନ୍ତ୍ରୀ ମନମୋହନ ସାମଲ, ପୃଥ୍ୱୀରାଜ ହରିଚନ୍ଦନ, ପୂର୍ବତନ ମନ୍ତ୍ରୀ ସମୀର ଦେ, ପୂର୍ବତନ ବିଧାୟକ ଦୋଳଗୋବିନ୍ଦ ନାୟକ, ଉକ୍ରଳ ପରିଡ଼ା, ଉପାସନା ମହାପାତ୍ର, ଲଲିତେନ୍ଦୁ ମହାପାତ୍ର, ଭୁବନମୋହନ ଜେନା, ବିଷ୍ଣୁ ଦାସ, ବ୍ରଜ ସୁନ୍ଦର ଭୂୟାଁ, ସୁଜାତା ବାରିକ୍‍ ପ୍ରମୁଖ ଯୋଗଦେଇଥିଲେ   । ଏହି ଅବସରରେ ରାଜନଗରର ପୂର୍ବତନ ବିଧାୟକ ଅଲେଖ ଜେନା, ମହାକାଳପଡ଼ାର ବରିଷ୍ଠ ନେତା ବିଜୟ ପ୍ରଧାନ ସେମାନଙ୍କ ହଜାର ହଜାର ସଂଖ୍ୟାରେ ସମର୍ଥକ ମାନଙ୍କ ସହିତ ବିଜେପିରେ ଯୋଗଦେଇଥିଲେ  ।  ବିଜେପି ନେତା ଜ୍ଞାନଦେବ ବେଉରା ପ୍ରାରମ୍ଭିକ ସୂଚନା ଦେଇଥିଲେ  ।