ଓଡିଆନ୍ ନ୍ୟୁଜ

97

୧୪ ବର୍ଷରୁ କମ୍ ଓଡିଶା ଜାତୀୟ ମହିଳା ଫୁଟବଲ ଦଳରେ ଆଳିର ୨ ଖେଳାଳି ସାମିଲ

Team Odian News |

୧୪ ବର୍ଷରୁ କମ୍ ଓଡିଶା ଜାତୀୟ ମହିଳା ଫୁଟବଲ ଦଳରେ ଆଳିର ୨ ଖେଳାଳି ସାମିଲ
ଆଳ,୩୦ା୧୦( ଓଡ଼ିଆନ୍‍ ନ୍ୟୁଜ୍‍ ): ମଣିପୁର ଠାରେ ଆରମ୍ଭ ହୋଇଛି ୧୪ ବର୍ଷରୁ କମ୍ ଓଡିଶା ଜାତୀୟ ମହିଳା  ଫୁଟବଲ ପ୍ରତିଯୋଗୀତା ଏହି ଟିମରେ ଆଳିର ଦୁଇ ମହିଳା ସାମିଲ ହୋଇଛନ୍ତି । ଏହି ଦୁଇ ମହିଳା ହେଲେ ଆଳି ବ୍ଲକ ଅନ୍ତର୍ଗତ ଟୁଙ୍ଗା ଗ୍ରାମର ପ୍ରଭାତ ବାରିକଙ୍କ ଝିଅ କ୍ରୀଷ୍ଣା ବାରିକ ଓ ବାଳକାଟି ଗ୍ରାମର ପିତବାସ ମଲିକଙ୍କ ଝିଅ ପୂର୍ଣ୍ଣୀମା ମଲିକ । ଏହି ଦୁଇ ମହିଳା ଏହି ପ୍ରତିଯୋଗୀତାରେ ସାମିଲ ହେବା ପରେ ଆଳି ଅଂଚଳର ଫୁଟବଲ ପ୍ରେମୀମାନଙ୍କ ମଧ୍ୟରେ ଆନନ୍ଦର ଲହରୀ ଖେଳିଯାଇଛି । ଫୁଟବଲର ଏନ୍ତୁଡିଶାଳ ଭାବେ ପରିଚିତ ଆଳି ଅଂଚଳରୁ ପୂର୍ବରୁ ବହୁ ମହିଳା ଫୁଟବଲ ଖେଳାଳୀ  ଜାତୀୟ ଦଳରେ ଖେଳିବାର ସୁଯୋଗ ପାଇଛନ୍ତି । ଏହି ଦୁଇ ଖେଳାଳି ଏହି ପ୍ରତିଯୋଗୀତାରେ ସାମିଲ ହେବାପରେ ଆଳି ଅଂଚଳର ମହିଳା ଫୁଟବଲର ମୁଖ୍ୟ ପୁରୋଧା ତଥା ଆଳି ବିଧାୟକ ଦେବେନ୍ଦ୍ର ଶର୍ମା ଏହୁ ଦୁଇ ମହିଳା ଖେଲାଳିଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଏବେବି ଆଳି ହାଇସ୍କୁଲ ମିନିଷ୍ଟାଡିୟମ ପରିସରରେ ଦୈନିକ ଆଳି ଅଂଚଳର ୪୦ ରୁ ଉର୍ଦ୍ଧ ମହିଳା ଫୁଟବଲ କୋଚ ସୁଶାନ୍ତ ମଲିକଙ୍କ ନେତୃତ୍ୱରେ ଫୁଟବଲ ପ୍ରାକ୍ଟିସ କରୁଛନ୍ତି ।